ପିପିଲି- ଅନ୍ଧକଲା ପ୍ରେମ । ନାବାଳିକାକୁ ବିିବାହ କରି ହାଜତକୁ ଗଲେ ଯୁବକ । ପିପିଲି ଥାନା ଅଂଚଳରେ ଘଟିଛି ଏମିିତି ଏକ ଘଟଣା । ପିପିଲି ଭୋଇଗୁଣ ସାହିର ସତ୍ୟରଂଜନ ବେହେରା ସେହି ଅଂଚଳର ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ ।
ତେବେ ଗତ ଅକ୍ଟୋବର ୨୨ ତାରିଖରେ ଦୁହଁ ଘରୁ ଲୁଚି କେଉଁ ଆଡେ ଚାଲି ଯାଇଥିଲେ । ନାବାଳିକାକୁ ମାତ୍ର ୧୫ ବର୍ଷ ବୟସ ହୋଇଥିବାରୁ ଝିଅକୁ ସତ୍ୟ ଅପହରଣ କରି ନେଇ ଯାଇଥିବା ନାବାଳିକାର ବାପା ପିପିଲି ଥାନାରେ ଅଭିଯୋଗ କରଥିଲେ । ପୁଲିସ ଖୋଜ ନେବାରେ ଜଣାପଡିଥିଲା ଦୁହେଁ ପ୍ରେମୀ ଯୁଗଳ ପ୍ରଥମେ ସାକ୍ଷୀଗୋପାଳରେ କିଛି ଦିନ ରହିବା ପରେ ସାତପଡା ଚାଲିଯାଇ ସେଠାରେ କାଳୀ ମନ୍ଦିରରେ ବିବାହ କରିଛନ୍ତି ।
ଘରୁ ଯିବାର ପାଖାପାଖି ୨୦ ଦିନ ପରେ ଉଭୟ ବିବାହ କରିଥିବା ପୁୁଲିସ ନିକଟରେ ବୟାନ ଦେଇଥିଲେ । ତେବେ ପ୍ରେମିକା ଜଣକ ନାବାଳିକା ହୋଇଥିବା କାରଣରୁ ଓ ସତ୍ୟ ତା ସହ ଶାରିରୀକ ସଂପର୍କ ରଖିଥିବା କାରଣରୁ ଏହାକୁ ଦୁଷ୍କର୍ମ ମାମଲା ଭାବେ ବିଚାରକୁ ନେଇଛି ପୁଲିସ ।
ନାବାଳିକାକୁ ଉଦ୍ଧାର କରାଯାଇଥିବା ବେଳେ ସତ୍ୟ ନାଁରେ ୩୦୭/୧୭ରେ ରୁଜୁ ହୋଇଥିବା ମାମଲା ଅନୁସାରେ ଦଫା ୩୬୩, ୩୬୬, ୩୭୬ ପୋକ୍ସୋ ଆକ୍ଟ ଲଗାଇ ଗିରଫ କରି କୋର୍ଟ ଚାଲାଣ କରଛି ।