ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଏବଂ ସୁଫି ଗାୟକ କୈଳାଶ ଖେରଙ୍କର ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ୧୫ ବର୍ଷ ପୁରଣ ହୋଇଛି । ସେ ତାଙ୍କ ସ୍ୱର ପାଇଁ ଲୋକଙ୍କ ହୃଦୟରେ ଆଜି ବି ରାଜ୍ କରୁଛନ୍ତି । ସେ ଅନେକ ହିଟ୍ ଫିଲ୍ମରେ ଗୀତ ଗାଇଛନ୍ତି । ଏହାବ୍ୟତିତ ସବୁଠାରୁ ବଡ କଥା ହେଉଛି ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ପଦ୍ମଶ୍ରୀ ପାଇଥିବା ସବୁଠାରୁ କମ ବୟସର ଗାୟକ ହେଉଛନ୍ତି କୈଳାଶ ଖେର ।
କୈଳାଶ ତାଙ୍କ ଜର୍ନିୁ ନେଇ ଏକ ଗଣମାଧ୍ୟମକୁ ସାକ୍ଷତ କରି କହିଛନ୍ତି କି, ମୋ ଜର୍ନି ବହୁତ ଭଲ ରହିଛି । ପ୍ରଥମରୁ କେହି ବି ମୋ ଉପରେ ବିଶ୍ୱାସ ରଖିନଥିଲେ । ଗୋଟେ ସମୟରେ ମୁଁ ଏଥିପାଇଁ ଭାଙ୍ଗି ବି ଯାଇଥିଲା । ମୁଁ ବହୁତ ଗୁଡିଏ ରିଜେକ୍ସନ ଦେଖିଛି ଏବଂ ଏହାର ଅଭ୍ୟାସ ମଧ୍ୟ ହୋଇଯାଇଥିଲା । ଏଥିରେ କେବେ ବି ମୋ ମନ ବଦଳାଇନି । ଏବେ ୧୫ ବର୍ଷ ପୁରଣ ହୋଇ ସାରିଛି ଏବଂ ଭଗବାନଙ୍କ କୃପାରୁ ମୁଁ ସଙ୍ଗୀତ କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା କମ ବୟସର ଗାୟକ । ୨୦୧୭ ରେ ମୋତେ ପଦ୍ମଶ୍ରୀ ମିଳିଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି କି, ମ୍ୟୁଜିକ କେବଳ ମନରଞ୍ଜନ ପାଇଁ ନୁହେଁ ବରଂ ଏହା ଏକ ଥେରାପି । ଯେତେବେଳେ ମୋ ଦେଶର ଲୋକେ ମୋତେ ଅଭିନନ୍ଦନ ଜଣାନ୍ତି , ଏହା ମୋ ପାଇଁ ବହୁତ ବଡ ହୋଇଥାଏ । ଯେତେବେଳେ ଲୋକେ ମୋତେ କୁହଁନ୍ତି କିୁ ମୋ ମ୍ୟୁଜିକ ତାଙ୍କୁ ଏକ ନୂଆ ଜୀବନ ଦେଇଛି । ଜିନିଷକୁ ଦେଖିବାର ଏକ ନୂତନ ଦୃଷ୍ଟିକୋଣ ଦେଇଛି । ସେତେବେଳେ ମୋଥେ ବହୁତ ଖୁସୀ ଲାଗେ । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ମୋର ପ୍ରଶାଂସା କରନ୍ତି । କିନ୍ତୁ ଯେତେବେଳେ ମୁଁ ଏହି ଶବ୍ଧ ଗୁଡିକ ଣୁଣେ, ସେତେବେଳେ ମୋତେ ଲାଗେ କି ମୋର ଅସଲଏ ପାଉଣା ମୋତେ ମିଳିଗଲା ।