ଯାଜପୁର,(ଏଟିଆର ବ୍ୟୁରୋ): ପୁଅ ଚାଲିଗଲା ବୋଲି ପୂରା ପରିବାର ଲୋକ କଲେ ଆତ୍ମହତ୍ୟା ଉଦ୍ୟମ । ଏମିତି ଏକ ଅଭାବନୀୟ ଘଟଣା ଘଟିଛିି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଗୁହାଳି ଗାଁରେ । ପୁଲିସ ଗୁରୁତର ଅବସ୍ଥାରେ ପରିବାରର ୩ଜଣ ସଦସ୍ୟକୁ ଉଦ୍ଧାର କରି ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରିଛି । ଘଟଣାଟି ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
୩ଦିନ ତଳେ ଗୁହାଳି ଗାଁର ମଣ୍ଟୁ ଜେନାଙ୍କ ମୃତ୍ୟୁ ହୋଇଥିଲା । ସେ କେରଳରେ ଏକ ପ୍ଲାଇଉଡ କମ୍ପାନୀରେ କାମ କରୁଥିଲେ । ପୁଅର ମୃତ୍ୟୁ ଖବର ପାଇ ପୂରା ପରିବାର ଲୋକେ ଭାଙ୍ଗି ପଡିଥିଲେ । କାରଣ ମଣ୍ଟୁ ହିଁ ଥିଲେ ଏକ ମାତ୍ର ରୋଜଗାରୀ ପୁଅ । ସେପଟେ ମଣ୍ଟୁଙ୍କ ମୃତ୍ୟୁ ଖବର ପାଇ ତାଙ୍କ ମା’ କେତକୀ କିଭଳି ୨ଝିଅଙ୍କୁ ନେଇ ବଞ୍ଚିବେ ଚିନ୍ତାରେ ପଡିଥିଲେ । ପ୍ରଥମେ ଗାଁ ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହେବା ପରେ ଶେଷରେ ସମସ୍ତେ ମିଶି ବିଷ ପିଇ ଦେଇଥିବା ଜଣାପଡିଛି । ପୁଲିସ ଘଟଣାର ଖୋଳତାଡ କରୁଛି । ରିପୋର୍ଟ: ଶ୍ରୀନାଥ ଶତପଥୀ