ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ରହ୍ମପୁତ୍ର ନଦୀ ଉପରେ ଚାଇନା ର ସବୁଠାରୁ ବଡ଼ ନଦୀବନ୍ଧ ନିର୍ମାଣ କରିବାକୁ ଯାଉଛି ଭାରତ । ଆସାମ ଓ ମେଘାଳୟ କୁ ଯୋଡ଼ୁଥିବା ଏହି ନଦୀର ଲମ୍ବ ୧୮ କିମିରୁ ଅଧିକ ହେବ । ଏହା ଫଳରେ ଚୀନ ସୀମାକୁ ଲାଗିଥିବା ବାଂଲାଦେଶ ସୀମା ପର୍ଯ୍ୟନ୍ତ ସୁଦୀର୍ଘ ରାସ୍ତା ପ୍ରସ୍ତୁତି ହୋଇଯିବ ।
ଏନେଇ ଚାଇନାର କମ୍ୟୁନିଷ୍ଟ ସରକାର ପକ୍ଷରୁ ୧୪ ତମ ପଞ୍ଚବାର୍ଷିକ ଯୋଜନା ଅନ୍ତର୍ଗତ ଏହି ଘୋଷଣା କରାଯାଇଛି । ଏହି ରାସ୍ତା ଦେଇ ସୈନ୍ୟବାହନ , ରାସନ ସାମଗ୍ରୀ , ଓ ବ୍ୟବସାୟିକ ବାହାନ ଆଦି ଚଳାଚଳ କରିବ । ଏହି ରାସ୍ତା ନେଇ ଭାରତ ଓ ଚାଇନା ମଧ୍ୟ ରେ ବିବାଦ ବଢିବାର ଆଶଙ୍କା କରାଯାଉଛି ।
ଏହି ରାସସ୍ତାର ଉଚ୍ଚତା ୧୮୧ ମିଟର ଏବଂ ଲମ୍ବା ୨.୩୩ କିଲୋମିଟର ହେବ ବୋଲି କୁହାଯାଇଛି । ନୁଆ ବର୍ଷ ପୁର୍ବରୁ ଏହି କାମ ଆରମ୍ଭ ହେବ ବୋଲି କୁହାଯାଇଛି । ୨୦୨୬ ରୁ ୨୦୨୭ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ । ଏଥିରେ ପ୍ରାୟ ୫୦୦୦ କୋଟି ଟଙ୍କ। ଖର୍ଚ୍ଚ ହେବ ।
ଏହି ନଦୀ ବନ୍ଦ ନିର୍ମାଣ ପରେ ଆସାମ , ମେଘାଳୟ, ତ୍ରିପୁରା ଆଦିକୁ ଗମନାଗମନ ସହଜ ହେବ ।ଏବେ ଡ଼ଙ୍ଗାରେ ବ୍ରହ୍ମପୁତ୍ର ନଦୀ ପାରି ହେବା ପାଇଁ ୩ ଘଣ୍ଟା ଲାଗିଯାଉଛି । ବର୍ଷା ଦିନେ ଯୋଗାଯୋଗ ବିଚ୍ଛିନ୍ନ ହେବା ଯୋଗୁ ଲୋକମାନେ ୨୫୦ କିମି ବୁଲି ଆସିଥାନ୍ତି । କିନ୍ତୁ ବ୍ରିଜ ହେବା ପରେ ଲୋକମାନଙ୍କୁ ଆଉ ଏ ଅସୁବିଧା ହେବ ନାହିଁ ।ଏହି ରାସ୍ତାରେ ଘଣ୍ଟ ପ୍ରତି ୧୦୦ କିମି ବେଗରେ ଗାଡ଼ି ଚଳାଚଳ କରିପାରିବ ।