ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; କିଟ ବିଶ୍ୱବିଦ୍ୟାଳୟରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କିଟ ଡିମସ ବିଶ୍ୱବିଦ୍ୟାଳୟର ୧୪ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏଠାରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ଅଭିଭାଷଣ ସମୟରେ ଓଡିଶାର କଳା ସଂସ୍କୃତିର ଖୁବ ପ୍ରଂଶସା କରିବା ସହ ଏଭଳି ଏକ ରାଜ୍ୟର ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରୁଥିବା କହିଛନ୍ତି । ଏଥିସହ କିଟ ଏବଂ କିସର ପ୍ରତିଷ୍ଠାତା ଡକ୍ତର ଅଚ୍ୟୁତ ସାମନ୍ତଙ୍କୁ ବହୁ ପ୍ରଂଶସା କରିବା ସହ ଏଭଳି ଏକ ବଡ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା କରିଥିବାରୁ ଧନ୍ୟବାଦ ଦେଇଥିଲେ ।
ଅନୁଷ୍ଠିତ ହୋଇଥିବା ସମାବର୍ତ୍ତନ ସଭାରେ ମୁଖ୍ୟ ବକ୍ତା ଭାବେ ନୋବେଲ ବିଜେତା କାହ୍ନା ଯୋଗ ଦେଇଥିଲେ । ଅନ୍ୟତମ ଅତିଥୀ ଭାବରେ ଏଠାରେ ଉଷା କୁମାରୀ ପ୍ରସାର,ନିକୋଲାସ ସାମୁଏଲ ଗୁଗର,ପ୍ରଭୁ ଗୈାର ଗୋପାଳ ଦାସ, ବିଶିଷ୍ଟ ଅଭିନେତା କବିର ବେଦୀ,ମହମ୍ମଦ ସବୁର ଖାନ ଏବଂ ଦୀନବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ତେବେ କାହ୍ନାଙ୍କ ସମେତ ଉପସ୍ଥିତ ଥିବା ୬ ଜଣ ଅତିଥିଙ୍କୁ ଅନରେସ କଜା ଡିଗ୍ରୀ ପ୍ରଦାନ କରାଯାଇଛି । ଏହି ଅବସରରେ କାହ୍ନା ଡିଗ୍ରୀ ଗ୍ରହଣ କରିବା ପରେ ବହୁତ ଖୁସି ଥିବା କହିଛନ୍ତି । ଏବଂ କିଟକୁ ବହୁତ ପ୍ରଂଶସା କରିଥିଲେ । କିଟକୁ ସବୁବେଳେ ସାହାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବା ପାଇଁ ମଧ୍ୟ କହିଛନ୍ତି । ପରିଶେଷରେ ଏକ କବିତା ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିଥିଲେ । ଅନୁଷ୍ଠିତ ହୋଇଥିବା ଏହି ସଭାରେ ଛାତ୍ର ଛାତ୍ରୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।