ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି ସବୁ ଜରୁରୀ ସେବାର ସହାୟତ ପାଇଁ ଆପଣଙ୍କୁ ଡ଼ାଏଲ କରିବାକୁ ପଡ଼ିବ ଗୋଟିଏ ନମ୍ବର ।ଡ଼ାଏଲ କଲେ ମିଳିପାରିବ ଅତ୍ୟାବଶ୍ୟକ ସହାୟତ । ପୋଲିସ , ଆମ୍ବୁଲାନସ୍,ଦମକଳ ତଥା ,ମହିଳା ହେଲପ ଲାଇନ ଭଳି ବିଭିନ୍ନଜରୁରୀ ସେବା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ ଡ଼ାଏଲ କରିବାକୁ ପଡ଼ିବ ନାହିଁ ।
ପୂର୍ବରୁ ଭିନ୍ନ ଭିନ୍ନ ସେବା ପାଇଁ ୧୦୦, ୧୦୧, ୧୦୨, ୧୦୪, ୧୦୮ ଆଦି ଡ଼ାଏଲ କରିବାକୁ ପଡ଼ୁଥିଲା । ଏପରିକି କିିଛି ଲୋକ ଏହାଦ୍ୱାରା ସମସ୍ୟାର ସମ୍ମୁଖିନ ହେଉଥିଲେ । ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସହାୟତ ପହଞ୍ଚାଇବା ପ୍ରକ୍ରିୟା ସହଜ କରିବା ପାଇଁ ରାଜ୍ୟସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି ।ଏହି ସେବା ପାଇଁ ନିୟୋଜିତ ହେବେ ୪ଡ଼ିଏସପି , ୧୫୧ ଏସ.ଆଇ. ,୨୦୩ ଏ.ଏସ.ଆଇ, ଓ ୭୪୦ କନେଶ୍ଟବଳ ।