ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦେଶର ଅତି ଜଣାଶୁଣା ମଶଲା କମ୍ପାନୀ ର ମାଲିକ ଧର୍ମପାଲ ଗୁଲାଟୀଙ୍କ ପରଲୋକ ହୋଇଛି । ଆଜି ସକାଳ ୫.୩୦ ରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି ।ଗତ କିଛି ସପ୍ତାହ ହେବ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ପୁର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା
ବେପାର ଓ ବାଣିଜ୍ୟ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯେଗାଦାନ ପାଇଁ ଗତବର୍ଷ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଭୂଷଣ ପୁରସ୍କାର ରେ ସମ୍ମାନୀତ କରିଥିଲେ । । ‘ଦଲାଜୀ’ ଏବଂ ‘ମହାଶୟଜୀ’ ନାଁରେ ମଧ୍ୟ ସେ ପ୍ରସିଦ୍ଧ ଥିଲେ ।୧୯୨୩ ମସିହାରେ ପାକିସ୍ତାନର ସିୟାଲକୋଟରେ ଧର୍ମପାଲ ଗୁଲାଟୀ ଜନ୍ମଗ୍ରହଣ କରିଥିଲେ ।
୧୯୪୭ ମସିହାରେ ବିଭାଜନ ପରେ ଧର୍ମପାଲ ଗୁଲାଟୀ ଭାରତକୁ ଆସିଯାଇଥିଲେ । ସେ ଅମୃତସରର ଏକ ଶରଣାର୍ଥୀ ଶିବିରରେ ରହିଥିଲେ । ପରେ ସେ ଦିଲ୍ଲୀରେ ରହିଥିଲେ । ଦିଲ୍ଲୀର କରୋଲବାଗରେ ମସଲାର ଏକ ଷ୍ଟୋର ଖୋଲିଥିଲେ ।
ଗୁଲାଟୀଙ୍କ କମ୍ପାନୀ ବ୍ରିଟେନ୍, ୟୁରୋପ, ୟୁଏଇ, କାନାଡା ସହ ବିଶ୍ବର ବିଭିନ୍ନ ଅଞ୍ଚଳରେ ଭାରତୀୟ ମସଲାର ରପ୍ତାନୀ କରିଥାଏ ।୨୦୦୯ ମସିହାରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା