ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଫୁଲକୋବି ଏଭଳି ଏକ ପରିବା ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଶୀତଦିନ ଆସିଲେ ସମସ୍ତଙ୍କ ଘରେ ଫୁଲକୋବିର ଚାହିଦା ବଢିଥାଏ । କେହି କେହି ଲୋକ ତରକାରୀ କରି ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କେହି କେହି ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରି ମଧ୍ୟ ଖାଇଥାନ୍ତି ।
ଫୁଲକୋବି ଖାଇବାକୁ ଯେତିକି ସୁଆଦିଆ ଲାଗିଥାଏ ,ଏହା ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ ।ତେବେ ଆସନ୍ତୁ ଜାଣିବା ଫୁଲକୋବି ଖାଇବା ଦ୍ୱାରା କଣ ଲାଭ ମିଳିଥାଏ ।
ଫୁଲକୋବି କମ କ୍ୟାଲେରୀଯୁକ୍ତ ହୋଇଥିବା ବେଳେ, ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ରହିଥାଏ ।ଶରୀରକୁ ଏଥିରୁ ସମସ୍ତ ମିନେରାଲ୍ସ ଏବଂ ଭିଟାମିନ ଏଥିରୁ ମିଳିଥାଏ ।ଏକ କପ ଫୁଲକୋବିରେ ୭୭% ଭିଟାମିନ ସି, ୧୪% ଭିଟାମିନ କେ, ୯% ପୋଟାସିୟମ, ମିଳିବା ସହ ୮% ମାଙ୍ଗାନିଜ ଥାଏ ।
ଫୁଲକୋବିରେ ପ୍ରଚୁର ପରିମାଣରେ ଫାଇବର ରହିଛି । ଏହା ଶରୀରରେ ସୁସ୍ଥ ବ୍ୟାକ୍ଟେରିଆକୁ ବୃଦ୍ଧି କରିଥାଏ ଏବଂ ହଜମ ଶକ୍ତ କୁ ବଢାଇଥାଏ । ଫୁଲକୋବିରେ ବ୍ରଚୁର ପରିମାଣରେ ଫାଇବର ଥିବା ଯୋଗୁ କୋଷ୍ଠକାଠିନ୍ୟ , ଡ଼ାଇଭର୍ଟିକୁଲାଇଟିସ୍ ଭଳି ସମସ୍ୟା ଦୂର ହୋଇଥାଏ ।
ଫୁଲକୋବି ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୁଏ। ଏଥିରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ଥାଏ, ତେଣୁ ଆପଣ ଏହାକୁ ପ୍ରଚୁର ପରିମାଣରେ ଖାଇପାରିବେ ।ଫୁଲକୋବିରେ ଫାଇଭର ଭରପୁର ମାତ୍ରାରେ ଥିବାରୁ ଏହାକୁ ଖାଇବା ପରେ ଶୀଘ୍ର ଭୋକ ଲାଗି ନଥାଏ।
ଫୁଲକୋବିରେ ଭିଟାମିନ ସି ରହିଛି ।ଏହା ଶରୀରରେ ଆଣ୍ଟିଅକ୍ସିଡ଼ାଣ୍ଟ ରୂପେ କାମ କରେ ।ଏହାର ଆଣ୍ଟିଇନଫ୍ଲାମେଟେରୀ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।