ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଆଜି ହସ୍ପିଟାଲରୁ ତାଙ୍କ ମରଶରୀରକୁ ବମିଖାଲ ସ୍ଥିତ ତାଙ୍କ ବାସ ଭବନକୁ ଅଣାଯାଇଥିଲା । ପରେ ତାଙ୍କ ମରଶରୀରକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅବସରରେ ଓଲିଡଉର ବହୁ କଳାକାରଙ୍କ ସମେତ ବହୁରାଜନେତା ମଧ୍ୟ ତାଙ୍କ ଶେଷ ଦର୍ଶନ କରିଥିଲେ ।
ତାଙ୍କ ଶେଷକୃତ୍ୟ ବେଳେ ପରିବାରର ଅଳ୍ପ କିିଛି ସଦସ୍ୟଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମାପନ ହୋଇଛି । ଅଭିନେତା ବିଜୟ ମହାନ୍ତି ଓଡିଆ ଚ୍ଚଳଚିତ୍ର ଜଗତର ଏକ ଲୋକପ୍ରିୟ ନାମ । ସେ ଥିଲେ ଏକାଧାରାରେ ଜଣେ ଅଭିନେତା, ନାଟ୍ୟକାର ଓ ନିର୍ଦେଶକ । ୪୩ ବର୍ଷର ତାଙ୍କ କଳାକାର ଜୀବନ ମଧ୍ୟରେ ସେ ୧୮୦ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଥିଲେ ।
୧୯୭୭ ମସିହାରେ ଚିଲିକା ତୀରେ ଥିଲା ତାଙ୍କ ପ୍ରଥମ ଅଭିନୀତ ଚ୍ଚଳଚିତ୍ର । ତାଙ୍କ ଅଭିନୀତ ଜଗାହାତରେ ପଘା, ମାଣିକ, ମମତାର ଡୋରୀ , ଦଣ୍ଡା ବାଳୁଙ୍ଗା, ସମୟ ବଡ ବଳବାନ ଭଳି ବହୁ ଚଳଚ୍ଚିତ୍ର ଆଜି ମଧ୍ୟ ଦର୍ଶକଙ୍କ ମନରେ ଗୋଟେ ସ୍ୱତନ୍ତ୍ର ସ୍ଥାନ ବାଛି ନେଇଛି ।