ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ଥଣ୍ଡା ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଶୀତର ପ୍ରଭାବ ଧିରେ ଧିରେ କମିବ । ଗତ ୨୪ ଘଣ୍ଟା ମଧ୍ୟ ରେ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡ଼ିଗ୍ରି ରେକର୍ଡ଼ କରାଯାଇଛି । । କଳାହାଣ୍ଡି , ବୈାଦ୍ଧ, ସୋନପୁର , ରାୟଗଡ଼ା, କଟକ, ନୟାଗଡ଼ କୋରାପୁଟରେ ସ୍ୱଳ୍ପ ରୁ ମଧ୍ୟମ ଧରଣର କୁହୁଡ଼ି କହିପାରେ ।
ବିଶେଷ କରି କନ୍ଧମାଳ , କଳାହାଣ୍ଡି , ରାୟଗଡ଼ା , ବୈାଦ୍ଧ, ସୋନପୁର ଓ ନବରଙ୍ଗପୁରରେ ସାମାନ୍ୟ ରୁ ମଧ୍ୟମଧରଣର କୁହୁଡ଼ି ଦେଖାଦେବ । ବୈାଦ୍ଧ ଏବଂ ରାୟଗଡ଼ାରେ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି । ଏହି ଦୁଇଟି ଜିଲ୍ଲାରେ ଦୃଶ୍ୟମାନ ୨୦୦ ମିଟରରୁ କମ୍ ରହିବ ।
ଭୁବନେଶ୍ୱରରେ ୧୨ ରୁ ୧୪ ତାରିଖ ମଧ୍ୟ ରେ ପ୍ରାୟ ୧.୫ ଡିଗ୍ରୀ ବଢିଥିବା ବେଳେ , ସୁନ୍ଦରଗଡରେ ୨.୫ ଡ଼ିଗ୍ରୀ ସେଲସିୟସ ବଢିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ୧୨ ରୁ ୧୩ ଡିଗ୍ରୀ ସେଲସିୟସ ବଢିପାରେ ।
ଏହା ବ୍ୟତୀତ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ଦେଖାଦେବ । ଏବଂ ଜଳାଶୟ ଥିବା ସ୍ଥାନ ଗୁତିକରେ ଅଧିକ କୁହୁଡ଼ି ରହିବ ବୋଲି ଏନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ନିଦ୍ଦେର୍ଶକ ଏଚ. ବିଶ୍ୱାସ ।