ଭୁବନେଶ୍ୱର(ଏଟିିଆର ବ୍ୟୁରୋ):ପୁରୀକୁ ବିଶ୍ୱ ଐତିହ ନଗରୀ ଭାବେ ଗଡି ତୋଳିବା ପରେ ଏବେ କୋଣାର୍କକୁ ଐତିହ ଅଞ୍ଚଳ ରୂପେ ଗଢିବା ପାଇଁ ବିଭାଗ ପକ୍ଷରୁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫ ଟି କାର୍ଯ୍ୟକ୍ରମ ଜରିଆରେ ଐତିହ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି ।
କୋଣାର୍କ କୁ ପ୍ରବେଶ କରିବା ସ୍ଥଳରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ ଏଣ୍ଟ୍ରିପ୍ଲାଜା ନିର୍ମାଣ କରାଯିବ । ସାଢେ ତିନି କିଲୋମିଟର ବାହ୍ୟ ରିଂରୋଡକୁ ୬ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସମସ୍ତ ରାସ୍ତାର ନିର୍ମାଣ କରାଯିବ । ଯାତୀମାନଙ୍କୁ ନେବା ଆଣିବା କରିବାକୁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ ହେବ ।
୧୯୮୪ ରେ ୟୁନେସ୍କୋ କୋଣାର୍କକୁ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ଏହାର ସୁରକ୍ଷା ସମସ୍ତଙ୍କ ଦାୟି୍ତ୍ୱ ।ଏହି ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନେଇଥିବା ବୈଠକରେ ୫ ଟି ସଚିବ ଭି .କେ ପାଣ୍ଡିଆନ କାଯ୍ୟକ୍ରମ ସଂଚାଳନ କରିଥିଲେ । ମନ୍ଦିର ସମ୍ମୁଖରେ ଥିବା ୩୦ ଏକର ଜମି ସମ୍ପୁର୍ଣ୍ଣ ଖୋଲା ରହିବ । ସେଠାରେ ଲ୍ୟାଣ୍ଡସ୍କେପିଂ କରାଯିବ ।
ଏହି ବୈଠକରେ ମନ୍ତ୍ରୀ ତୁଷାରକାନ୍ତ ବେହେରା , ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଓ ବରିଷ୍ଠ ଅଧିକାରୀମାନେ ଉପସି୍ଥତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ ଟି ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମର ସଂଚାଳନ କରିବେ ।