ନୂଆଦିଲ୍ଲୀ(ଏଡିଆର ବ୍ୟୁରୋ): ଆଜି ନୂତନ ସଂସଦର ଭୂମି ପୂଜା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୨୦୨୨ ସୁଦ୍ଧା ଏହି ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରହିଛି । ଏହାର ନିର୍ମାଣ କାର୍ଯ୍ୟ ଟାଟା ପ୍ରୋଜେକ୍ଟ ଲିମିଟେଡ ଦ୍ୱାରା କରାଯିବ । ୬୦ ହଜାର ସ୍ମୋୟାର ମିଟର ପରିଧିରେ ନିର୍ମାଣ ହେବାକୁ ଥିବା ଏହି ନୂତନ ସଂସଦର କାର୍ଯ୍ୟ ଡିସେମ୍ବର ମାସରେ ଆରମ୍ଭ ହେବ ବୋଲି କୁହାଯାଇଛି ।
ନୁଆ ଟେକ୍ନୋଲୋଜି ବା ଲାଟେଷ୍ଟ ଟେକ୍ନୋଲୋଜି ଦ୍ୱରା ନିର୍ମାଣ ହେବ ଏହି ସଂସଦ ଭବନ । ଏଯି ପ୍ରକଳ୍ପରେ ୮୬୧.୯୦ କୋଟି ଖର୍ଚ୍ଚ ହେବ ।ଏହା ସବୁଠାରୁ କମ ବୋଲି ଟାଟା କହିଥିଲା । ଓ ଏହାପରେ ସରକାର ସଂସଦ ଭବନର ନିର୍ମାଣ ଦାୟିତ୍ୱ ଟାଟା କୁ ଦେଇଛନ୍ତି ।
ବର୍ତ୍ତମାନ ଏଠାରେ ଷଳାକସଭାର ୫୪୫ ଏବଂ ରାଜ୍ୟସଭାର ୨୪୫ ସଂସଦ ବସନ୍ତି ।ଆଗତ ଭବିଷ୍ୟତକୁ ଦୃଷ୍ଟିରେ ରଖି ସଂସଦ ଭବନରେ ଲୋକସଭା ଓ ରାଜ୍ୟସଭାରେ ମୋଟ ୧୨୨୪ ସାଂସଦ ବସିବା ପାଇଁ ବ୍ୟବସ୍ଥା ହେବ ।ନୁଆ ସଂସଦ ଭବନ ପୁରୁଣା ସଂସଦ ଭବନ ଅପେକ୍ଷା ବଡ ହେବ ଏବଂ ରଥରେ ସୁରକ୍ଷା ଓ ଅତ୍ୟାଧୁନିିକ ସୁବିଧା ବ୍ୟବସ୍ଥା ରହିବ ।
ଏହି ନୂତନ ଶିଳାନ୍ୟାସ କାର୍ଯ୍ୟକ୍ରମ ଅପରାହ୍ନ ୧୨ ଟା ୫୫ ମିନିଟରେ ଆରମ୍ଭ ହେବ ।