ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆଶିକା ଅଞ୍ଚଳରେ କାଲି ରାତି ଠାରୁ ଆତଙ୍କ ଖେଳି ଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଗତକାଲି ରାତିରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଥିବା ଜଣା ଯାଇଛି।
ସୂଚନା ଅନୁସାରେ ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁରେ ଗତକାଲି ବିଳମ୍ବିତ ରାତିରେ ୨୦ ବର୍ଷୀୟ ଯୁବକଙ୍କୁ ଗୋଷ୍ଠି ଛୁରି ଓ ଭୁଜାଲି ଭଳି ମାରଣାସ୍ତ୍ରରରେ ଆକ୍ରମଣ କରାଯାଇଥିଲା । ତେବେ ଉଭୟ ଆଡୁ ଆକ୍ରମଣ ହୋଇଥିଲା । ଫଳରେ ଯୁବକଙ୍କର ଖପୁରି ବାହାରିଯାଇଛି । ତାଙ୍କୁ ଠେଙ୍ଗାମାଡ଼ ଓ କଟୁରିରେ ଚୋଟ ମରାଯାଇଛି । ତେବେ ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ଏହି ଗଣ୍ଡଗୋଳ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଛି । ହତ୍ୟା ସନ୍ଦେହରେ ପୁଲିସ ଗାଁର ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024