ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାପ୍ରଭୁ ଶ୍ରିଲିଙ୍ଗରାଜଙ୍କ ମନ୍ଦିର ସେପ୍ଟମ୍ବର ୧ ରୁ ଖୋଲିବାକୁ ଯାଉଛି । ଏହାସହିତ ଲିଙ୍ଗରାଜ ମହାପ୍ରଭୁଙ୍କ ନୂଆ ରୂପା ପ୍ରଭା, ବିମାନ , ପାଲିଙ୍କି ଆଦି ତିଆରି ହେବ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାର ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ସେହିପରି ବିଏମସିର କୋଭିଡ ଗାଇଡଲାଇନ ଅନୁଯାୟୀ ସେପ୍ଟମ୍ବରରୁ ମନ୍ଦିର ଖୋଲିବା ନେଇ ନିଷ୍ପତି ହୋଇଛି ।
ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୂପା ପ୍ରଭା ନିମନ୍ତେ ଆବଶ୍ୟକୀୟ ରୁପ ଏବଂ ଅନ୍ୟ ସମସ୍ତ ଖର୍ଚ୍ଚ ପାଇଁ ଏବଂ ବିମାନ ଓ ପାଲିଙ୍କି ତିଆରି ନିମନ୍ତେ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛନ୍ତି । ଏହାର ସମସ୍ତ ଖର୍ଚ୍ଚ ବହନ ପାଇଁ ସୋଆ ବିଶ୍ୱ ବିଦ୍ୟାଳ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଟ୍ରଷ୍ଟ ବୋର୍ଡ ।