ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରନୱେ କାର୍ପେଟିଂ କାମ ପାଇଁ ଅକ୍ଟୋବର ପହିଲାରୁ ବିଜୁ ପଟ୍ଟନାୟକ ବିମାନ ସେବା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ରେନୱେ କାର୍ପେଟିଂ କାମ ଆରମ୍ଭ ହେଉଥିବାରୁ ବିମାନ ସେବା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ୪ମାସ ଧରି କାର୍ପେଟିଂ କାମ ଚାଲିବ ।
ତେବେ ଅକ୍ଟୋବର ୧ରୁ କାମ ଆରମ୍ଭ ହେବାକୁ ଥିବାରେ କାର୍ପେଟିଂ କାମ ରାତି ୧୧ରୁ ସକାଳ ୭ଟା ଯାଏଁ ବିମାନ ସେବା ବନ୍ଦ ରହିବ । ମହାମାରୀ କରୋନା ପାଇଁ ଯାତାୟତ ବନ୍ଦ ରହିଥିବାରୁ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଲକଡାଉନରେ ୭୫ ପ୍ରତିଶତ ଯାତ୍ରୀଙ୍କ ସଂଖ୍ୟା କମିଯାଇଛି । କରୋନା ପାଇଁ ବର୍ତ୍ତମାନ ଦୈନିକ ୧୭ଟି ଫ୍ଲାଇଟ ଯାଉଛି । ଏବେ ଭୁବନେଶ୍ୱରରୁ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିଥିବା ନେଇ ସୂଚନା ରହିଛି ।
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରନୱେ କାର୍ପେଟିଂ କାମ ପାଇଁ ଅକ୍ଟୋବର ପହିଲାରୁ ବନ୍ଦ ରହିବ ବିମାନ ସେବା
Tags #AtrNews #Odisha