ନୂଆ ଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତରେ ସବୁଠାରୁ ଲୋକପ୍ରିୟ ଓ ରୟାଲ୍ ଗେମ ପବ୍ଚିକୁ ଭାରତ ସରକାର ନିଷେଧ କରିଛନ୍ତି । ଏହା ବ୍ୟତୀତ ପ୍ରାୟ ୧୧୮ ଟି ମୋବାଇଲ୍ ଆପ୍ ଏବଂ ଗେମ୍ ଉପରେ ଏକ ନିଷେଧାଦେଶ ଘୋଷଣା ମଧ୍ୟ କରାଯାଇଛି। ନିଷିଦ୍ଧ ବା ବ୍ୟାନ ହୋଇଥିବା ଆପଗୁଡ଼ିକରେ ଆପ୍ ଲକ୍, ଏବଂ ଗ୍ୟାଲେରୀ ଭୋଲ୍ଟ ବ୍ୟତୀତ ପବି୍ଚ ମୋବାଇଲ୍, ପବି୍ଚ ମୋବାଇଲ୍ ଲାଇଟ୍ ରହିଛି । ସରକାର କହିଛନ୍ତି ଯେ ଏହି ଆପଗୁଡ଼ିକ ଅନେକ କାର୍ୟ୍ୟକଳାପରେ ନିୟୋଜିତ ଥିଲା ଯାହା ଦେଶର ସାର୍ଭଭୌମତ, ଅଖଣ୍ଡତା, ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିଲା ତେବେ ଏହା ଛଡା ବିଦେଶୀ ଆପକୁ ବ୍ୟାନ କରିବାର ଅନେକ କାରଣ ମଧ୍ୟ ରହିଛି । ଦେଶର ଅନେକ ଉପଯୋଗୀ ଡାଟାକୁ ଚୋରୀ କରାଯାଉଥିଲା । ଚାଇନା ଏପରି ସେହି ଆପକୁ ତିଆରି କରିଥିଲା ଯେ, ଖେଳକୁ ଆଧାର କରି ଭାରତର ସୁରକ୍ଷିତ ଡାଟା ମଧ୍ୟ ଚୋରି ହୋଇଯିବାରେ ସମ୍ଭାବନା ଥିଲା । ବିଦେଶୀ ବା ଚାଇନା ଆପ ପବି୍ଚ ଗେମକୁ ଅଧିକରୁ ଅଧିକ ଭାରତରେ ବ୍ୟବହାର କରାଜାଉଥିଲା । ଏହି ଗେମରେ ପ୍ରାୟତ ବେଶି ଆଡିକ୍ଟେଡ ଥିଲେ ଯୁବ ଗୋଷ୍ଠି ଜାହାକି ତାଙ୍କ ପାଠ ପଢା ଓ କ୍ୟାରିଅରକୁ ବେଶି ମାତ୍ରାରେ ପ୍ରଭାବିତ କରୁଥିଲା । ତେବେ ତୃତୀୟ ଥର ପାଇଁ ଚାଇନିଜ ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର । ଏହା ଛଡା ଜୁନ ୧୯ରେ ଟିକଟକ ଓ ୟୁସି ବ୍ରାଉଜର ସହ ୫୬ଟି ଆପକୁ ବ୍ୟାନ କରାଜାଇଥିଲା । ଏହା ପରେ ଆଉ ୪୭ଟି ଚାଇନିଜ ଆପକୁ ମଧ୍ୟ ବ୍ୟାନ କରାଜାଇଥିଲା । ପବ୍ଚି ବ୍ୟାନ ନହେବା ପାଇଁ ଇଣ୍ଡିଆ ପାଇଁ ନିଜର ପ୍ରାଇଭେସି ଓ ପଲିସି ବଦଳାଇ ଦେଇଥିଲା ପବ୍ଚି ଆପ୍ କିନ୍ତୁ ଏହା ପରେ ମଧ୍ୟ ଆପ ବ୍ୟାନରୁ ବଞ୍ଚି ପାରିଲାନି ପବ୍ଚି । ମିନିଷ୍ଟ୍ରି ଅଫ ଇଲେକ୍ଟ୍ରୋନିକ ଆଣ୍ଡ୍ ଆଇଟିର କହିବା ଅନୁସାରେ ପବି୍ଚ ଆପକୁ ନେଇ ଅନେକ ଅସନ୍ତୋସ ଜନିତ ଖବର ଶୁଣିବାକୁ ମିଳିଥିଲା । ଏହା ମଧ୍ୟରେ ଡାଟା ଚୋରି ଓ ଭୁଲ ଭାବେ ଇଣ୍ଡିଆରୁ ଡାଟା ଟ୍ରାନ୍ସଫର କରାଯାଉଥିଲା । ମିନିଷ୍ଟ୍ରିଙ୍କ କହିବା ଅନୁଯାୟୀ ଭାରତର ଶତ୍ରୁ ଦେଶ ,ଚୋରି ହୋଇଥିବା ଡାଟାରୁ ଫାଇଦା ଉଠାଇ ଦେଶର ସୁରକ୍ଷାରେ ବାଧା ପହଞ୍ଚାଇବା ପାଇଁ ଚେଷ୍ଟା କରି ପାରନ୍ତି । ଏହା ସହ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତାକୁ ନଷ୍ଟ ମଧ୍ୟ କରିପାରେ ତେଣୁ ଏହା ଏକ ବଡ ବିଷୟ ଓ ଏଥି ପାଇଁ ସଙ୍ଗେ ସଙ୍ଗେ ଆକ୍ସନ ନେବା ଆବଶ୍ୟକ । ଆଇଟି ମିନିଷ୍ଟ୍ରିରଙ୍କ ସୂଚନା ଅନୁଯାୟୀ ଲୋକମାନଙ୍କ ତରଫରୁ ଏହି ପବ୍ଚି ଆପକୁ ବ୍ୟାନ କରିବା ପାଇଂ ଅନେକ ଆଗରୁ ମତ ଦାନ ହୋଇଥିଲା କାରଣ ଏହି ଆପ ଭାରତର ପ୍ରାଇଭେସି ପାଇଁ ଠିକ ନୁହେଁ । ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସନ ଓ ମିନିଷ୍ଟ୍ରି ଅଫ ହୋମ ଆଫେୟାର୍ସ ପକ୍ଷରୁ ମଧ୍ୟ ଏହି ଆପକୁ ବ୍ଲକ କରିବା ପାଇଂ ନିର୍ଦ୍ଦେଶ ଦେଇଥିଲେ । ଆପର ବ୍ୟାନକୁ ନେଇ ମିନିଷ୍ଟ୍ରି କହିଥିଲେ କୋଟି କୋଟି ଭାରତୀୟଙ୍କ ପ୍ରାଇଭେସି ଓ ଦେଶର ସୁରକ୍ଷା ପାଇଁ ଏପରି ନିଷ୍ପତି ନିଅଯାଇଛି । ଏହା ମଧ୍ୟ କୁହାଯାଇ ପାରିବ ଭାରତର ଚାଇନା ପ୍ରତି ଏହା ଥିଲା ଡିଜିଟାଲ ଷ୍ଟ୍ରାଇକ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024