ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ ବୋଲି ପାକିସ୍ତାନ ର ଭୟ ଘାରିଛି । ପାକିସ୍ତାନର ପ୍ରମୁଖ ଖବର କାଗଜରୁ ମିଳିଥିବା ରିପୋର୍ଟ ରୁ ଜଣାପଡିଛି ଯେ ଭାରତ ସରକାର ପୁଣି ଥରେ ସର୍ଜିକାଲ ଷ୍ଟାଇକ କରିପାରନ୍ତି । କୃଷକ ଆନ୍ଦୋଳନରୁ ନଜର ହଟାଇବା ନେଇ ଭାରତ ସରକାର ଏ ଭଳି ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହାକୁ ନେଇ ଏଲଓସିରେ ସୈନମାନଙ୍କୁ ହାଇ ଆଲର୍ଡ ଜାରି କରାଯାଇଛି ।
ପାକିସ୍ତାନର ଚେତାବନୀ ପାଇଁ ଭାରତ ୨୦୧୬ ରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ।ଏହାର ମୂଳ କାରଣ ହେଉଛି ଉରୀ ଆତଙ୍କବାଦୀମାନଙ୍କ ବଦଲା ନେବା ।ଯାହାର ପରିଣତ ଏତେ ଭୟଙ୍କର ହେବ ବୋଲି ପାକିସ୍ତାନ କେବେ ଭାବି ନଥିଲା । ଯେଉଁଥିରେ ୪୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଭାରତର ଏହି ଆକ୍ରମଣ ପାକିସ୍ତାନକୁ ଥରାଇ ଦେଇଥିଲା ।
ଅନ୍ନଦାତାଙ୍କ ଆନ୍ଦୋଳନ ସପକ୍ଷରେ ପାକିସ୍ତାନ ନେତା ଟୁଇଟ କରିଥିବାରୁ ଏଭଳି ସମ୍ଭାବନା ବଢିବାରେ ଲାଗିଛି । ଏଥି ମଧ୍ୟ ରୁ ଏଲଓସିରେ ଭାରତ ପକ୍ଷରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି ।