ମୁମ୍ବାଇ(ଏଟିଆର ବ୍ୟୁରୋ): କିଛି ଦିନ ପୂର୍ବରୁ ନେଟଫ୍ଲିକ୍ସ ଆଣିଦେଇଥିଲା ନିଜ ଅଗଣିତ ଦର୍ଶକଙ୍କ ପାଇଁ ଫ୍ରି ସୋ , ତିନ୍ତୁ ଏହା ପରେ ପୁଣି ପେମେଣ୍ଟସିପ ହୋଇଯାଇଥିଲା । ହେଲେ ନେଟଫ୍ଲିକ୍ସ ପୁଣିଥରେ ୧୧ ତାରିଖ ଯାଏଁ ଫ୍ରିରେ ଦେଖି ପାରିବେ । ୟୁଜର୍ସଙ୍କ ପାଇଁ ୫ ଓ ୬ ତାରିଖରେ ନେଟଫ୍ଲିକ୍ସ ଫ୍ରି ଥିଲା। ଭାରତରେ ଏହାର ଚାହିଦାକୁ ଦେଖି ନେଟଫ୍ଲିକ୍ସ ପୁଣି ଆଉ ଦୁଇ ଦିନ ପାଇଁ ଫ୍ରି କରିବାକୁ ଘୋଷଣା କରିଛି। ଅର୍ଥାତ ନେଟଫ୍ଲିକ୍ସ ୧୧ ତାରିଖ ଯାଏଁ ଫ୍ରିରେ ଚଲାଇପାରିବେ ।
ନେଟଫ୍ଲିକ୍ସ ଶବସକ୍ରାଇବ ନ କରି ମଧ୍ୟ ଆପଣ ନେଟଫ୍ଲିକ୍ସରେ ଫିଲ୍ମ ଓ ୱେବସିରିଜ ଦେଖିପାରିବେ। ୧୧ ତାରିଖ ସକାଳ ୮ଟା ୫୯ ମିନିଟ ଯାଏଁ ଫ୍ରି ଚାଲିବ ନେଟ୍ଫିକ୍ସ । । ଯେଉଁମାନେ ୫ ଓ ୬ ତାରିଖରେ ଫ୍ରିରେ ନେଟଫ୍ଲିକ୍ସ ଦେଖି ପାରିନାହାନ୍ତି ସେମାନେ ଏବେ ଏହାର ମଜା ନେଇପାରିବେ। ନେଟଫ୍ଲିକ୍ସ ନିଜର ଭଲ ଭଲ ସିରିଜ ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛି। ଫ୍ରିରେ ନେଟଫ୍ଲିକ୍ସ ଦେଖିବାକୁ ଆପଣଙ୍କୁ ପ୍ରଥମେ ସାଇନଅପ୍ କରିବାକୁ ହେବ। ଯଦି ଆପଣ ପୂର୍ବରୁ ହିଁ ଶବସକ୍ରାଇବ କରିଛନ୍ତି ତାହେଲେ ଏହି ମଉକାର ଫାଇଦା ଉଠାଇ ପାରିବେନି। ଯେଉଁମାନେ ଶବସକ୍ରାଇବ କରିନାହାନ୍ତି କେବଳ ସେମାନେ ହିଁ ଏହାର ଫାଇଦା ନେଇପାରିବେ।ଆପଣ ନିଜର ଆଇଡି ପ୍ରୁଫ୍ ଦେଇ ଫ୍ରିରେ ନେଟଫ୍ଲିକ୍ସ ଦେଖି ପାରିବେ ।