ମୁମ୍ବାଇ (ଏଟିଆର ବ୍ୟୁରୋ): ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ସିବିଆଇ ନିଜର ଜାଞ୍ଚ ପ୍ରକିୟା ଜୋରଦାର କରିଥିବା ବେଳେ ବଲିଉଡ ସହ ଡ୍ରଗ୍ସର ସଂପୃକ୍ତି ସାମ୍ନାକୁ ଆସଥିଲା । ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ଏହା ଉପରେ ଜାଞ୍ଚ କରିଥିଲା । ଯାହାପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଓ ତାଙ୍କ ଶୋଭିକଙ୍କ ନାମ ସାମ୍ନାକୁ ଆସିଥିଲା ।
ଏମାନଙ୍କ ସହ ଡ୍ରକ୍ସର ସଂପୃକ୍ତିକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ପକ୍ଷରୁ ପରେ ବିଚାର ବିଭାଗୀୟ ହାଜତ ରଖାଯାଇଥିଲା । ତେବେ ଦୁହେଁ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ମୁମ୍ବାଇରେ ପ୍ରବଳ ବର୍ଷା ହେବା କାରଣରୁ ମୁମ୍ବାଇ ହାଇକୋର୍ଟଆଜି ବନ୍ଦ ରହିଛି । ଯାହାଫଳରେ ଆଜି ହେବାକୁ ଥିବା ଦୁହିଁଙ୍କର ଜାମିନ ସ୍ଥଗିତ ହୋଇଯାଇଛି ।
ସହରରେ ପ୍ରବଳ ବର୍ଷା ଯୋଗୁଁ ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଆଜି କୋର୍ଟ ପାଇଁ ଛୁଟି ଘୋଷଣା କରିଛନ୍ତି ବୋଲି ରିୟାଙ୍କର ଓକିଲ ସତୀଶ ମନାସିନ୍ଦେ କହିଛନ୍ତି । ଏହାସହ ଆସନ୍ତା କାଲି ଏହି ମାମଲାର ଶୁଣାଣି ହେବ ଜଣାପଡିଛି । ଏହାପୂର୍ବରୁ ସେପ୍ଟେମ୍ବର ୧୧ ରେ ରିୟା, ତାଙ୍କ ଭାଇ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ ।
ଅନ୍ୟପଟେ ଦିନକୁ ଦିନ ରିୟାଙ୍କ ପାଇଁ ଅସୁବିଧା ବଢିବାରେ ଲାଗିଛି । ମଙ୍ଗଳବାର ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ରିୟାଙ୍କ ନ୍ୟାୟିକ ହେପାଜତକୁ ୬ ଅକ୍ଟୋବର ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024