ମୁମ୍ବାଇ(ଏଟିଆର ବ୍ୟୁରୋ):ଡ୍ରଗ୍ସ ମାମଲାରେ ଏନସିବି ଆଗରେ ରିୟା ନେଇଥିଲେ ପ୍ରଥମେ ସାରା ଅଲି ଖାନ ଓ ରାକୁଲ ପ୍ରୀତଙ୍କ ନାମ , ପରେ ସେ ଶ୍ରଦ୍ଧା କପୁରଙ୍କ ନାମ ମଧ୍ୟ ନେଇଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ଏହି ସପ୍ତାହରେ ସାରା ଅଲି ଖାନ, ଶ୍ରଦ୍ଧା କପୁର, ସାଇମୋନ ଖମ୍ବଟା ଏବଂ ରାକୁଲ ପ୍ରୀତଙ୍କୁ ନୋଟିସ ପଠାଇବାକୁ ଯାଉଛନ୍ତି। ଡ୍ରଗ୍ସ ଲିଙ୍କ ବାବଦରେ ପ୍ରସ୍ନ ପଚାରିବା ପାଇଁ ଏହି ଚାରିଜଣ ଅଭିନେତ୍ରୀଙ୍କ ନିକଟକୁ ନୋଟିସ୍ ପଠାଯିବ ଜ୍ଝ ଏନସିବି ଦାବି କରିଛି ଯେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏହି ଚାରିଜଣ ଅଭିନେତ୍ରୀଙ୍କ ନାମ ନେଇଥିଲେ। ସୂଚନାନୁସାରେ, ରିୟା ଚକ୍ରବର୍ତ୍ତୀ, ସିମୋନ ଖମ୍ବଟା, ରାକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନ ମୁମ୍ବାଇର ଏକ ଜିମରେକୁ ଏକା ସାଙ୍ଗରେ ଯାଉଥିଲେ ଏବଂ ସେଠାରେ ସେମାନଙ୍କର ବନ୍ଧୁତା ଥିଲା। ଏହି କାରଣରୁ ଏନସିବି ଜାଞ୍ଚ କରି ଥିବାରୁ ରିୟା ନେଇଥିବା ଏହି ଅବିନେତ୍ରୀଙ୍କୁ ଏନସିବି ସମନ ଜାରି କରିବ । ଏଥିସହ ରିୟା ,ଶ୍ରଦ୍ଧା କପୁରଙ୍କ ନାମ ମଧ୍ୟ ନେଇଛନ୍ତି। ଏଭଳି ପରିସ୍ଥିତିରେ ଶ୍ରଦ୍ଧାଙ୍କୁ ଡକାଯାଇପାରିବ ବୋଲି ଜଣା ପଡିଛି ।
ନିକଟରେ ରାହୁଲ ବିଶ୍ରାମ ନାମକ ମୁମ୍ବାଇର ଜଣେ ଡ୍ରଗ୍ସ ବ୍ୟବସାୟୀ ଧରାପଡିଥିଲେ ଏବଂ ବର୍ତ୍ତମାନ ତାଙ୍କ ଗ୍ୟାଙ୍ଗରେ ଖୋଜା ଚାଲିଛି। ଏହା ସହିତ ରିୟା କହିଛନ୍ତି ସୁଶାନ୍ତଙ୍କୁ ଦେଖା କରିବା ପୂର୍ବରୁ ସୁଶାନ୍ତ ଗଞେଇ ସେବନ କରୁଥିଲେ । ସେ କହିଥିଲେ ଯେ କେଦାରନାଥ ଫିଲ୍ମର ସୁଟିଂରେ ସେ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ।
ବର୍ତ୍ତମାନ ଏନସିବି ରିୟା ନେଇଥିବା କଳାକାରଙ୍କୁ ଡକାଇ ସେମାନଙ୍କୁ ପଚରାଉଚରା କରିବ ଏବଂ ବଲିଉଡରେ ଚାଲିଥିବା ଡ୍ରଗ୍ସ ସଂଯୋଗର ଖୋଳତାଡ ମଧ୍ୟ କରିବ । ଡ୍ରଗ୍ସ ମାମଲା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପରେ ସାମ୍ନାକୁ ଆସିଥିଲା । ଏନସିବି ଏହି ଘଟଣାର ଶୀଘ୍ର ଅନୁସନ୍ଧାନ କରୁଛି। ତେବେ ଆଗକୁ ଆହୁରି ବଡ ବଡ କଳାକାରଙ୍କୁ ମଧ୍ୟ ଏନସିବି କରିପାରେ ଜେରା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024