ଭୁବନେଶ୍ୱର(ଏଟିଆର ବ୍ୟୁରୋ):ନୁଆ ବର୍ଷ ଅର୍ଥାତ ଜାନୁୟାରୀ ମାସରେ ସ୍କୁଲ ଖୋଲିପାରେ ।ଏନେଇ ସୂଚନା ଦେଇଛିନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ । ପାଖାପାଖି ୩ ମାସ କ୍ଲାସରେ ପଢା ହେବାପରେ ପରୀକ୍ଷା ହେବ । ଚଳିତ ବର୍ଷ ପିଲାଙ୍କ ମଧ୍ୟରେ ପାଠ୍ୟକ୍ରମରକୁ ନେଇ ଅନେକ ଦ୍ୱନ୍ଦ ରହିଥିଲା ।ୟୁଜି ଓ ପିଜି ସେମିଷ୍ଟାର ଘୁଞ୍ଚିବ ବୋଲି ସଚିବ କହିଛନ୍ତି ।
ଯଦି ସ୍କୁଲ ଖୋଲିବାରେ ଜାନୁଆରୀ କିମ୍ବା ଫେବୃଆରୀ ରୁ ଅଧିକ ବିଳମ୍ବ ହୁଏ ତେବେ ପାଠ୍ୟକ୍ରମ କମାଯିବା ସହ ପରୀକ୍ଷା ମଧ୍ୟ ଘୁଞ୍ଚା ଯାଇପାରେ । ସ୍କୁଲ ଖୋଲିବା ପରେ ଶନିବାର ଓ ରବିବାର ଛୁଟି ରହିବ ବୋଲି ସୂତ୍ରରୁ ଜଣାପଡିଛି । କରୋନା କଟକଣା ନେଇ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି । ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଜାଉନଥିବା ବେଳେ ଅନଲାଇନରେ ପାଠପଢା ହେଉଛି ।
ଅନଲାଇନରେ କ୍ଲାସ ଚାଲିଥିବା ବେଳେ କିନ୍ତୁ ସରକାର କହିଛନ୍ତି ଅଫଲାଇନରେ ପରୀକ୍ଷା ହେବ । ତେବେ ଅନଲାଇନରେ ଠିକ ଭାବେ ପାଠପଢା ହେଉନଥିବା ବେଳେ ଛାତ୍ରଛାତ୍ରୀମାନେ ପରୀକ୍ଷା କୁ ନେଇ ଅତ୍ୟନ୍ତ ଚିନ୍ତାରେ ଅଛନ୍ତି ।
ମାଟ୍ରିକ୍ ଓ ଯୁକ୍ତ-୨ ପରୀକ୍ଷା ଅଫ୍ଲାଇନ୍ରେ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଏଥର ୩୦ ପ୍ରତିଶତ ସିଲାବସ୍ କାଣ୍ଟଛାଣ୍ଟ କରାଯାଇଥିଲେ ବି ସ୍କୁଲ୍ ଖୋଲିଥିବାରୁ ପାଠପଢା ପ୍ରଭାବହୀନ ରହିଛି । ଏଦୃଷ୍ଟିରୁ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ବିଳମ୍ବ ହେବା ନିଶ୍ଚିତ।