ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦୀର୍ଘ ୫୫ ବର୍ଷ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବର ୧୭ ରେ ପଶ୍ଚିମବଙ୍ଗର ହଲଦିବାଡୀ ଏବଂ ପଡୋଶୀ ବାଂଲାଦେଶ ଚିଲହାଟୀ ମଧ୍ୟରେ ରେଳ ମାର୍ଗ ଉଦଘାଟନ କରିବେ ।
୧୯୭୬ ରେ ଭାରତ ଏବଂ ପୂର୍ବ ପାକିସ୍ତାନ ମଧ୍ୟରେ ରେଳ ସଂଯୋଗ ଭାଙ୍ଗିବା ପରେ ଜୁଚ ବିହାରର ହଲଦିବାଡୀ ଠାରୁ ଉତ୍ତର ବାଂଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ରେଳ ଲାିନ ଖରାପ ହୋଇଯାଇଥିଲା ।
ଏନଏଫଆର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି ଯେ ରେଳ ଚିଲହାଟୀ ରୁ ହାଲଡିବାରୀ ପର୍ଯ୍ୟନ୍ତି ଏକ ମାଲପାହୀ ଟ୍ରେନ ଚଳାଚଳ କରିବ, ଯାହାକି ଏନଆରଏଫର କଟିହର ବିଭାଗ ଅଧିନରେ ରହି ।ଅନ୍ତରାଷ୍ଟ୍ରୀୟ ସୀମାଠାରୁ ହଲଦିବାଡୀ ରେଳ ଷ୍ଟ୍ରେସନ ପର୍ଯ୍ୟନ୍ତ ଦୂରତା ୪.୫ କିଲୋମିଟର ଥିବା ବେଳେ ବାଂଲାଦେଶ ଚିଲହାଟୀର ଦୁରତା ୦. ରୁ ୭.୫ କିଲୋମିଟର ଦୁରରେ ଅବସ୍ଥିତ ।