ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଟାଇମ୍ ପତ୍ରିକା ୨୦୨୦ ବର୍ଷ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ନିର୍ବାଚିତ କମଲା ହ୍ୟାରିସ୍ ପର୍ସନ ଅଫ୍ ଦି ଇୟର ଭାବେ ନାମିତ ହୋଇଛନ୍ତି । କମଳା ହ୍ୟାରିସ ଓ ଜୋ ବାଇଡେନଙ୍କ ବ୍ୟତୀତ ଅନ୍ୟ ତିନି ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ‘ଫ୍ରଣ୍ଟ୍ଲାଇନ୍ କୋଭିଡ୍ କର୍ମୀ’ , ‘ଡା. ଅନ୍ଥୋନି ଫାଉଚି’ ଏବଂ ‘ବର୍ଣ୍ଣ ସାମ୍ୟତା ଆନ୍ଦୋଳନ’ ।
ଏଥର ଟାଇମ ପତ୍ରିକାରେ ରହିଛି ୭୮ ବର୍ଷୟ ବାଇଡେନ ଏବଂ ୫୬ ବର୍ଷାୟ ହ୍ୟାରିସଙ୍କ ଫଟୋ ।ଏବଂ ଏଥିରେ ଲେକାଯାଇଛି “ଚେଞ୍ଜିଙ୍ଗ୍ ଆମେରିକାଜ୍ ଷ୍ଟୋରି” ।
ଏ ବର୍ଷ ପାଠକୀୟ ମତଦାନରେ ଆସିଥିବା ୮ ନିୟୁତ ରୁ ଅଧିକ ଭୋଟରୁ ଉପରୋକ୍ତ ଆଗଧାଡିର କର୍ମୀ ୬.୫ ଭୋଟ ପାଇଥିଲେ । ୨୦୨୦ ରେ ସବୁଠୁ ଅଧିକ ପ୍ରଭାବ ଥିବା ବ୍ୟକ୍ତି ବିଶେଷ ଅଥବା ସଂଗଠନକୁ ମନୋନୀତ କରିବାକୁ ପାଠକମାନଙ୍କୁ ଅନୁରୋଧ କରାଯାଇଥିଲା ।