ପ୍ରକାଶ ପାଇଲା ଯୁ୍କ୍ତ ଦୁଇ କଳା , ବାଣିଜ୍ୟ ଓ ଧନ୍ଧା ମୂଳକ ଶିକ୍ଷାର ଫଳାଫଳ । ଭୁବନେଶ୍ୱର ସୂଚନା ଭବନରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ଚଳିତ ବର୍ଷ କଳାରେ ପାସ୍ ହାର ୬୫.୮୯ ପ୍ରତିଶତ ରହିଥିବା ବେଳେ । ବାଣିଜ୍ୟରେ ପାସ୍ ହାର ୭୦.୨୬ ପ୍ରତିଶତ ରହିଛି । କଳାରେ ମୋଟ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାସ୍ କରିଛନ୍ତି । ବାଣିଜ୍ୟରେ ୧୮,୮୨୬ ଜଣ ପାସ୍ କରିଛନ୍ତି ।
ସେହିଭଳି ଯଦି ଦେଖିବା ରାଜ୍ୟରେ ବାଲେଶ୍ବରରେ ସର୍ବାଧିକ ପାସ୍ ହାର ୭୫.୭୬ ପ୍ରତିଶତ ଥିବାବେଳେ ନବରଙ୍ଗପୁରରେ ସର୍ବନିମ୍ନ ପାସ୍ ହାର ୪୭.୪୬ ପ୍ରତିଶତ ରହିଛି । ଏଥର କଳାରେ ମୋଟ ୨ ଲକ୍ଷ ୩୫ ହଜାର ୧୫୦ ପିଲା ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ବାଣିଜ୍ୟରେ ୨୬,୭୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ଏଥର ଦଯି ପାସ ହାର ଦେଖିବା ଗତଥର ଅପେକ୍ଷା ଏଥର ପାସ ହାର କମ ରହିଛି ।
କଳାରେ ଏଥର ୨ ଟି କଲେଜରେ ଜଣେ ବୋଲି ପିଲା ପାସ କରି ପାରିନଥିବା ବେଳେ ବାଣିଜ୍ୟରେ ୪ ଟି କଲେଜରେ ପାସ ହାର ଶୂନ୍ୟ ରହିଛି । ଚଳିତ ବର୍ଷ କଳାରେ ୨ଲକ୍ଷ ୩୫ହଜାର ୧୮ ଛାତ୍ରଛାତ୍ରୀ , ବାଣିଜ୍ୟରେ ୨୭ ହଜାର ଓ ଧନ୍ଦାମୂଳକରେ ୬ ହଜାର ଛାତ୍ରଛାତ୍ରୀପରୀକ୍ଷା ଦେଇଛନ୍ତି । ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା। ରେଜଲ୍ଟ ଦେଖିବା ପାଇଁ orissaresults.nic.in