ଲକ୍ଷ୍ନୌ(ଏଟିଆର ବ୍ୟୁରୋ):ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଜ୍ଞାପନ ମେଢରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ସମେତ ସେଠାକାର ସଂସ୍କୁତି ଓ କଳାକୃତି ପ୍ରଦର୍ଶନ କରାଯିବ । ୨୦୨୧ ପ୍ରଜ୍ଞାପନ ମେଢର ଶୀର୍ଷରେ ରହିଛି “ଅଯେଧ୍ୟା ଉତ୍ତର ପ୍ରଦେଶର ସାଂସ୍କୃତିକ ଐତିହ୍ୟ“ ।
ଅଯୋଧ୍ୟା ରେ ହୋଇଥିବା ଦୀପ ଉତ୍ସବର ପ୍ରଦର୍ଶନ ଏଥିରେ କରାଯିବ । ଏ ବର୍ଷର ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ ରାଜ୍ୟର ସାଂସ୍କୃତିକ ଏବଂ ଧାର୍ମିକ ପର୍ଯ୍ୟଟନକୁ ପ୍ରତିବିମ୍ବିତ କରୁଛି । ଆଗାମୀ ୨୦୨୧ ଜାନୁଆରି ୨୬ ରେ ଭାରତ ତାର ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ।
ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ୍ ସର୍ମ୍ପକିତ ବୈଠକରେ ଉତ୍ତର ପ୍ରଦେଶ ସରକାର ପଠାଇଥିବା ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି।