ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ବଢିବାରେ ଲାଗିଛି କାରାନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟ ରେ ୩୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁକଙ୍କ ସଂଖ୍ୟା ୧୮୦୭ କୁ ବୃଦ୍ଧି ପାଇଛି ।
କରୋନାରେ ୧୮୦୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କର ଅନ୍ୟ ରୋଗ କାରଣରୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୩୭୮୭୮୪ ଟି ସାମ୍ପୁଲ ଟେଷ୍ଟ ହୋଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୨୩୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟ ରୁ ୩୨୧୪ ଟି ଆକ୍ଟିଭ କେସ ରହିଥିବା ବେଳେ ୩୧୮୬୮୩ ଜଣ ସୁସ୍ଥ ହୋଇଛନ୍ତି।