ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସଂସଦ ଭବନ ଆକ୍ରମଣକୁ ଆଜି ପୁରିଛି ୧୯ ବର୍ଷ । ସେ ଦିନର ହୃଦୟ ବିଦାରକ ଦୃଶ୍ୟ କୁ ଭୁଲିପାରୁ ନାହାଁନ୍ତି ଦେଶବାସୀ । ଆକ୍ରମଣ ସମୟରେ ଗୃହ ମୁଲତବୀ ଥିଲେ ମଧ୍ୟ କେତେକ ସଂସଦ ଏବଂ କର୍ମଚାରୀ ସଂସଦରେ ଉପସ୍ଥିତ ଥିଲେ । ଆତଙ୍କବାଦୀ ମାନଙ୍କୁ ସଂସଦ ଭବନ ଭିତରକୁ ପ୍ରବେଶ କରିବା ପାଇଁ ନଦେବାକୁ ଯାଇ ଦିଲ୍ଲୀ ପୁଲିସର ୫ ଜଣ ସୁରକ୍ଷା କର୍ମଚାରୀ , ସିଆର ପିଏଫ ର ଜଣେ ମହିଳା କନେଷ୍ଟବଳ ଏବଂ ସଂସଦ “ୱାଚ୍ ଆଣ୍ଡ ୱାର୍ଡ” ସେକ୍ସନର ଦୁଇଜଣ ସୁରକ୍ଷା ସହକାରୀ ସହିଦ ହୋଇଥିଲେ ।
ଆକ୍ରମଣରେ ଜନଜୀବନ ରକ୍ଷା କରିବାକୁ ସହିଦ ହୋଇଥିବା ଯବାନମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରାଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି ଯେ , ସଂସଦ ଭବନରେ ହୋଇଥିବା କାପୁରୁଷ ଆକ୍ରମଣ କୁ ଆମେ କେବେ ଭୁଲି ପାରିବୁ ନାହିଁ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଲେଖିଛନ୍ତି,୨୦୨୧ ମସିହାରେ ଆଜିର ଦିନରେ ଆମ ସଂସଦରେ ହୋଇଥିବା ଆକ୍ରମଣକୁ ଆମେ କେବେ ଭୁଲି ପାରିବୁ ନାହିଁ । ସଂସଦକୁ ସୁରକ୍ଷିତ ରଖିବା ପାଇଁ ଯେଉଁମାନେ ସହିଦ ହୋଇଥିଲେ ଆମେ ସେମାନଙ୍କ ଆତ୍ମବଳିକୁ ସମ୍ମାନ କରୁଛୁ । ଭାରତ ସେମାନଙ୍କ ପ୍ରତି କୃତଞ ରହିବ ।
୨୦୦୧ ମସିହା ସଂସଦ ଆକ୍ରମଣରେ ନିଜ ଜୀବନକୁ ଉତ୍ସଗ କରି ସଂସଦର ସୁରକ୍ଷା କରିଥିବା ଯବାନମାନଙ୍କୁ ଆମେ ସ୍ମରଣ କରୁଛୁ ।