ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୫୯୫ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 11th July
New Positive Cases: 595
In Quarantine: 394
Local Contacts: 201(Details of local contacts will be shared by concerned Dist Administration)
District Wise Cases
1. Balasore: 11
2. Bargarh: 3
3. Bhadrak: 11
4. Bolangir: 1
5. Cuttack: 11— I & PR Department, Odisha (@IPR_Odisha) July 12, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରର ୧୧, ବରଗଡର ୩, ଭଦ୍ରକର ୧୧, ବଲାଙ୍ଗିରର ୧, କଟକର ୧୧, ଗଜପତିର ୨୦, ଗଞ୍ଜାମର ୨୩୦, ଜଗତସିଂହପୁରର ୫, ଯାଜପୁରର ୯୭, କଳାହାଣ୍ଡିର ୪, କେନ୍ଦ୍ରାପଡାର ୨, କେନ୍ଦୁଝରର ୩, ଖୋର୍ଦ୍ଧାର ୭୬, କୋରାପୁଟର ୪୪,ମାଲକାନାଗିରର ୩୬, ମୟୁରଭଞ୍ଜର ୧୪, ନୟାଗଡର ୫, ପୁରୀର ୧୦, ରାୟଗଡାର ୨, ସମ୍ବଲପୁରର ୨ ଏବଂ ସୁନ୍ଦରଗଡର ୮ ଜଣ ରହିଛନ୍ତି । ସର୍ବମୋଟ ୨୧ ଟି ଜିଲ୍ଲାର ୫୯୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
New Recoveries: 388
Cumulative Tested: 334527
Positive: 13121
Recovered: 8360
Active Cases: 4677— I & PR Department, Odisha (@IPR_Odisha) July 12, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ କୁ ବୃଦ୍ଧି ପାଇଛି । ସେଥିରୁ ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୪୬୭୭ ଜଣ ଚିକିତ୍ସିତ ହେଉଛନ୍ତି ।