ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି ମହାମାରୀ କରୋନା । ପ୍ରତ୍ୟେକ ଦିନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏବେ ସ୍ଥିତି ଧୀରେ ଧୀରେ ସଙ୍ଗୀନ ହେବାରେ ଲାଗଲାଣି । ଯାହାକୁ ନେଇ ଏବେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ସବୁଠାରୁ ବଡ କଥା ହେଉଛି ବ୍ଲଡ ସୁଗାରର ସ୍ତର ଅଧିକ ହେବା ଦ୍ୱାରା କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବାର ଆଶଙ୍କା ବଢିପାରେ । କୋଭିଡ୧୯ର ଯେଉଁ ରୋଗୀଙ୍କର ମଧୁମେହର ରୋଗ ନିଦାନ ବିନା ବ୍ଲଡ ସୁଗାର ବଢୁଛି, ସେମାନଙ୍କଠାରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ହୋଇପାରେ । ଏହାସହିତ ସଂକ୍ରମଣ ଦ୍ୱାରା ସେମାନଙ୍କଠାରେ ଅନ୍ୟ ରୋଗର ଆଶଙ୍କା ବି ବଢିପାରେ । କରୋନ ସଂକ୍ରମିତ ୬୦୫ ରୋଗୀଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ୧୧୪ ରୋଗୀଙ୍କର ମୃତ୍ୟୁ ହୋଇ ସାରିଛି । ଏହି ଅଧ୍ୟୟନରେ ୩୨୨ ଜଣ ପୁରୁଷ ସାମିଲ ଥିଲେ ।
ଡାୟବିଟୋଲଜିୟା ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ହୁଏତ ହସ୍ପିଟାଲରେ ଭର୍ତ୍ତି ଅବସରରେ ଫାଷ୍ଟିଂ ବ୍ଲଡ ଗ୍ଲୁକୋଜ (ଏଫବିଜି) ସ୍ତର ଏବଂ କରୋନା ସଂକ୍ରମିତଙ୍କ କ୍ଲିନିକାଲ ନିଷ୍କର୍ସ ମଧ୍ୟରେ ସିଧା ସମ୍ବନ୍ଧ ସଠିକ୍ ଭାବେ ସ୍ଥାପିତ କରାଯାଇ ନାହିଁ । ବୈଜ୍ଞାନିକମାନେ ଚୀନ୍ ର ଦୁଇଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କର ଏଫବିଜି ଏବଂ ପୂର୍ବରୁ ମଧୂମେହ ରୋଗ ନିଦାନ ବିନା କୋଭିଡ୧୯ ରୋଗୀଙ୍କର ୨୮ ଦିନର ମୃତ୍ୟୁ ଦର ମଧ୍ୟରେ ସମ୍ବନ୍ଧକୁ ଯାଞ୍ଚ କରିଛନ୍ତି ।
ଅଧ୍ୟୟନରେ କୁହାଯାଇଛି କି, କୋଭିଡ୧୯ ର ସମସ୍ତ ରୋଗୀଙ୍କ ବ୍ଲଡ ସୁଗାର ପରୀକ୍ଷା କରିବାର ପରାମର୍ଶ ଦିଆଯିବା ଉଚିତ୍ । ହୁଏତ ସେ ପୂର୍ବରୁ ମଧୁମେହ ରୋଗରେ ପୀଡିତ ନଥାନ୍ତୁ । କାରଣ ଅଧିକତର ସଂକ୍ରମିତଙ୍କର ଗ୍ଲୁକୋଜ ମେଟାବଲିଜିମ୍ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହୁଛି ।