ବେଜିଙ୍ଗ(ଏଟିଆର ବ୍ୟୁରୋ):ଆମେରିକା ଓ ସୋଭିଏତ ପରେ ଚାଇନାକୁ ମିଳିଛି ଏକ ବଡ ସଫଳତା ।ଚନ୍ଦ୍ରରୁ ନମୁନା ଧରି ପୃଥିବୀକୁ ଫେରିଛି ଚାଙ୍ଗ ଇ ୫ । ଚୀନର ଏକ ମହାକାଶଯାନ ସେଠାରୁ ଶିଳା ଓ ମୃତ୍ତିକା ନମୁନା ସଂଗ୍ରହ କରି ପୃଥିବୀକୁ ଫେରିଛି । ଚାଙ୍ଗ ଇ ୫ ଗୁରୁବାର ମୋଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ ଜିଲ୍ଲାରେ ଅବତରଣ କରିଛି ।
ଚାରୋଟି ମଡ୍ୟୁଲ ମଧ୍ୟରୁ ଦୁଇଟି ମଡ୍ୟୁଲ୍ ଚାଙ୍ଗ ଇ ୫ ଡିସେମ୍ବର ୧ ରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା । ଦୀର୍ଘ ୪୦ ବର୍ଷ ପରେ ପୁଣି ଏସବୁ ସଦ୍ୟ ନମୁନା ଆଣି ଚନ୍ଦ୍ରରୁ ପୃଥିବରକୁ ଫେରିଛି । ଚନ୍ଦ୍ରପୃଷ୍ଠରେ ଭୁପୃଷ୍ଠରେ ଖନନ କରି ପ୍ରାୟ ୨ କିଲୋଗ୍ରାମ ନମୁନା ସଂଗ୍ରହ କରିଥିଲା ଏହି କ୍ୟାପସୁଲ ।
ଏହା ପରେ ଏହି ନମୁନା ଗୁଡିକୁ ଏକ ପାତ୍ରରେ ରଖାଯାଇଥିଲା ଓ ମଡ୍ୟୁଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚାଙ୍ଗ ଇ ୫ ହେଉଛି ଚାଇନାର ତୃତୀୟ ମହାକାଶଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି । ଚାଇନାର ଏହି ମିଶନ ଚନ୍ଦ୍ରର ଅନେକ ରହସ୍ୟ ଖୋଲିପାରେ ବୋଲି ବିଶ୍ୱାସ କରାଯାଏ ।