ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରାନା ପଜେଟିଭ ଚିହ୍ନଟ ହେବାରେ ଲାଗିଛି । ତେବେ ଆଜି ସକାଳେ ପୁଣି ରାଜ୍ୟରେ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ୨୩ ନୂଆ ସଂକ୍ରମିତ ବାଲେଶ୍ୱର, ଗଞ୍ଜାମ, ଯାଜପୁର , ପୁରୀ ଓ ବୌଦ୍ଧ ଜିଲ୍ଲାର ବୋଲି ସୂଚନା ମିଳିଛି । ଆଜି ସକାଳ ସୁଦ୍ଧା ରାଜ୍ୟରେ ୪୩୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩୪୯ ଟି କେସ ଆକ୍ଟିଭ ରହିଛି । ଏବଂ ୮୫ ଜଣ ବିଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇ ସାରିଛନ୍ତି । ସେହିଭଳି ମୃତ୍ୟୁ ସଂଖ୍ୟା ୩ ରହିଛି ।