ଲକ୍ଷ୍ନୌ(ଏଟିଆର ବ୍ୟୁରୋ): ଅଯୋଧ୍ୟାର ରାମ ମନ୍ଦିର ନକ୍ସା ପରି ଏବେ ତିଆରି ହେବାକୁ ଯାଉଛି ଅଯୋଧ୍ୟା ମସଜିଦର ନକ୍ସା । ସୁନ୍ନୀ ସେଂଟ୍ରାଲ ୱାଲଫ ବୋର୍ଡ ମସଜିଦ ନିର୍ମାଣ ପାଇଁ ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ନାମକ ଏକ ଟ୍ରଷ୍ଟ ଗଠନ କରିଛି ।
ମସଜିଦର ନକ୍ସା ଦେଖିସାରିବା ପରେ ଲାଗୁଛି , ଯେପରି କି ଏହା ବିଶ୍ୱର ସବୁଠାରୁ ଆକର୍ଷଣୀୟ ମସଜିଦ ମଧ୍ୟରେ ପରିଗଣିତ ହେବ । ଏହି ମସଜିଦର ନିର୍ମାଣ କାର୍ଯ୍ୟ ଜାନୁଆରୀ ୨୬ ତାରିଖରେ ହେବ ବୋଲି ସୂଚନା ମିଳିଛି । ଏଠାରେ ମସଜିଦ ସହ ହସ୍ପିଟାଲ ତିଆରି ହେବ ।
ଏହି ମସଜିଦର ନାଁ କଣ ରହିବ ତାହା ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । କିନ୍ତୁ କୈାଣସି ରାଜା ମହାରାଜାଙ୍କ ନାଁ ରେ ଏହି ମସଜିଦ ତିଆରି ହେବ ନାହିଁ ବୋଲି ଆଇଆଇସିଏଫର ଟ୍ରଷ୍ଟ କହିଛି ।
ଅଲଟ୍ରା ମଡର୍ଣ୍ଣ ଷ୍ଟାଇଲରେ ଏହାକୁ ତିଆରି କରାଯିବ । ଏବଂ ଏହାର ଉପରି ଭାଗରେ କାଚ ଓ ତାରଜାଲି ଲାଗିବ ।ଏକକାଳୀନ ୨ହଜର ଲୋକ ଏହି ମସଜିଦରେ ନମାଜ ପଢିବାର ବ୍ୟବସ୍ଥା କରାଯାଇଛି । ସେହିପରି ମସଜିଦ ପାଖରେ ଏକ ସଂଗ୍ରହାଳୟ ରହିବ । ଯେଉଁଥିରେ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଭାଇଚାରାର କାହାଣୀ ଦେଖିବାକୁ ମିଳିବ ।
ଅଯୋଧ୍ୟା ଜମିକୁ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଛାଡି ଦେବାକୁ କହିଥିବା ବେଳେ ମସଜିଦ ପାଇଁ ୫ ଏକର ଜମି ଯୋଗାଇ ଦେବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ କହିଥିଲେ ଓ ପରେ ଉତ୍ତପ୍ରଦେଶ ସରକାର ମୁସଲିମ ପକ୍ଷକୁ ୫ ଏ୍କ ଜମି ଦେଇଛନ୍ତି,ଯେଉଁଥିରେ ଏହି ମସଜିଦ ନିର୍ମାଣ ହେବ ।