ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବ୍ରିଟେନରେ ପୁଣି ଥରେ ନୂଆ ରୂପନେଇଛି କରୋନା ଭାଇରସ । କରୋନାର ଏଭଳି ସ୍ଥିତି ଦେଖି ଅନେକ ଦେଶ ତଥା ବ୍ରିଟେନରୁ ବିମାନ ଉଡାଣ ଉପରେ କଟକଣା ଜାରି କରାଯାଇଛି ।
ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଜରୁରିକାଳୀନ ବୈଠକ ଡାକିଛନ୍ତି । ପୂର୍ବ ଅପେକ୍ଷା ବ୍ରିଟେନରେ ୭୦ ପ୍ରତିଶତ ଅଧିକ ବୋଲି କୁହାଯାଇଛି । ଲଣ୍ଡନ ସମେତ ସମଗ୍ର ଦକ୍ଷିଣ ପୁର୍ବ ଇଂଲଣ୍ଡରେ ଲକ ଡାଉନ ଘୋଷଣା କରାଯାଇଛି । ବ୍ରିଟେନ ସରକାର ସମସ୍ତ ଅଂଚଳରେ ଡିସେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ।
ଏହି ଭାଇରସ ଆସିବା ନେଇ ଅନେକ ଗବେଷଣା କରାଯାଇଥିଲେ ମଧ୍ୟ ଏହାର ପ୍ରତିକାର କିଭଳି ଭାବେ କରାଯିବ ଏ ନେଇ କୈାଣସି ପ୍ରତିକାର ବାହାରି ନାହିଁ ।ଭାରତ ସରକାର କହିଛନ୍ତି ଯଦି ଏହି ଭାଇରସ ଦେଶକୁ ଆସିଲା ତେବେ ଖୁବ୍ ଶୀଘ୍ର ବ୍ୟାପିବାର ସମ୍ଭାବନା ରହିଛି ।
ଭାରତରେ ଡିସେମ୍ବର ୨୦ ତାରିଖ ସୁଦ୍ଧା ୧ କୋଟି ୩୧ ହଜାର ୨୨୩ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧ ଲକ୍ଷ ୪୫ ହଜାର ୪୭୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ୟୁକେରେ ୩୦ ଲକ୍ଷ ୪୦ ହଜାର ୧୪୭ ଜଣ ସଂକ୍ରମିତ ହୋଇଥିବା ବେଳେ ୬୭ ହଜାର ୪୦୧ ଜଣ ପ୍ରାଣ ହରାଇଛନ୍ତି ।