ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ଆଜି ପୁଣି ଭୂମିକମ୍ପ ଅନୁୁୂଭୂତ ହୋଇଛି । ସକାଳ ପ୍ରାୟ ୫.୦୨ ମିନିଟରେ ଏହା ଅନୁଭୂତ ହୋଇଥିଲା । ରିକ୍ଟର ସେଲରେ ଏହାର ତୀବ୍ରତା ୨.୩ ରହିଥିବାର ଜଣାପଡିଛି । ଏହି ଭୂକମ୍ପ ରେ କାହାର କିଛି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିନାହିଁ ।
ପୂର୍ବରୁ ଡିସେମ୍ବର ୧୭ ରେ ଦିଲ୍ଲୀ-ଏନସିଆରରେ କେତେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସେଲରେ ଯାହାର ତୀବ୍ରତା ୪.୨ ଥିଲା ।ରାତ୍ରି ପ୍ରାୟ ୧୧ଟା ୪୬ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।ଭୂକମ୍ପର ଝଟକା ଲାଗିବା ମାତ୍ରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ ।
ଭୂକମ୍ପର ଝଟକା ଦିଲ୍ଲୀ ଠାରୁ ଆରମ୍ଭ ହୋଇ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।ମାତ୍ର ଏହି ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିଲା ।