ଯାଜପୁର (ଏଟିଆର ବ୍ୟୁରୋ ) ; ଭାଙ୍ଗିଗଲା ଜେଲର ପାଚେରୀ । ଅଳ୍ପକେ ବର୍ତ୍ତିଗଲେ ଜେଲରେ ଥିବା ଅନ୍ତେବାସୀ । ଏଭଳି ଅଭାବନୀୟ ଘଟଣା ଯାଜପୁର ସବଜେଲରେ ଘଟିଛି । ଲଗାଣ ବର୍ଷା ଯୋଗୁ ଯାଜପୁର ସବଜେଲର ପାଚେରୀ ଭୁଷୁଡି ପଡିଥିବା ଜଣାପଡିଛି । ଗତକାଲି ରାତିରେ ସ୍ଥାନୀୟ ଯାଜପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମଧ୍ୟରାତ୍ରିରେ ଜେଲର ପୁରୁଣା ପାଚେରୀ ଭୁଷୁଡି ପଡିଥିଲା । ପାଚେରୀ ଭୁଷୁଡିବା ଶବ୍ଦ ଶୁଣି ଜେଲରେ ଥିବା ଅନ୍ତେବାସୀ ନିଦରୁ ମଧ୍ୟ ଉଠିଯାଇଥିଲେ । ତେବେ ଏଥିରେ କେହି ଅନ୍ତେବାସୀ ଆହତ ହୋଇନଥିବା ଜଣାପଡିଛି । ୧୯୧୨ ମସିହାରେ ଯାଜପୁର ସବ ଜେଲ ତିଆରି କରାଯାଇଥିଲେ ହେଁ ଦୀର୍ଘ ବର୍ଷ ପରେ ମଧ୍ୟ ପାଚେରୀର ମରାମତି ହୋଇନଥିଲା । ପାଚେରୀ କଡ ରାସ୍ତା ଉଚ୍ଚ ହେବାରୁ ଜେଲ କର୍ତ୍ତୁପକ୍ଷ ପାଚେରୀ ଉପରେ କିଛି ପଥର ଯୋଡି ପାଚେରୀକୁ ଉଚ୍ଚା କରାଇଥିଲେ । ତେବେ ପାଚେରୀ ବହୁ ବର୍ଷ ପୁରୁଣା ଥିବାରୁ ଏହା କ୍ରମଶଃ ଦୁର୍ବଳ ହୋଇଯାଇଥିଲା । ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁ ପାଚେରୀ ଭୁଷୁଡି ପଡିଥିଲା ।
ସେପଟେ ପାଚେରୀ ଭୁଷୁଡି ସିଧା ଜେଲ ପରିସରରେ ଥିବା ପାଇଖାନା ଉପରେ ପଡିଥିଲା । ଯାହା ଫଳରେ ପାଇଖାନା ଗୁଡିକ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି । ଖାଲି ସେତିକି ନୁହେଁ ଆଜି ସକାଳୁ ଜେଲ ରେ ଥିବା ଅନ୍ତେବାସୀଙ୍କ ପାଇଁ ଥିବା ପାଇଖାନା ଭାଙ୍ଗିଯିବାରୁ ସେମାନେ ଶୌଚ ହେବାରେ ମଧ୍ୟ ବହୁ ଆସୁବିଧା ଭୋଗ କରୁଥିବା ଜଣାପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024