ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜିଠୁ ଚାଲିବ ଦେଶରେ ଚାଳକବିହୀନ ଟ୍ରେନ । ଦେଶର ପ୍ରଥମ ଥରପାଇଁ ଚାଳକ ବିହୀନ ଟ୍ରେନକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନକପୁର ୱେଷ୍ଟରୁ ବଟାନିକାଲ ଗାର୍ଡେନ ମଧ୍ୟରେ ଏହି ଟ୍ରେନଟି ଚଳାଚଳ କରିବ ।
ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏହି ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଦୁଇ ସ୍ଥାନ ମଧ୍ୟରେ ଏହାର ଦୂରତା ୩୭ କିଲୋମିଟର ରହିଛି । ଏହି ଟ୍ରେନ ଘଣ୍ଟା ପ୍ରତି ୯୫ କିଲୋମିଟର ହିସାବରେ ଗତି କରିବ । ୨୦୨୧ ସୁଦ୍ଧା ଏହା ୫୬ କିଲୋମିଟର ଗଡିବ ବୋଲି ସୂଚନା ଦେଇଛନ୍ତି ରେଳ କର୍ପୋରେସନ ।
ଭାରତ ବିଶ୍ୱର ପ୍ରମୁ୍ଖ ମେଟ୍ରୋ ରେଳ ସେବାପ୍ରଦାନକାରୀ ରାଷ୍ଟ୍ର ଭାବେ ସାମିଲ ହେବ । ଦିଲ୍ଲୀ ମେଟ୍ରୋ ଟ୍ରେନରେ ୩୯୦ କିମି ମଧ୍ୟରେ ଚଳାଚଳ କରୁଛି ।ଏଥିରେ ୨୮୫ ଟି ଷ୍ଟେସନ ରହିଥିବା ବେଳେ ୧୧ ଟି କରିଡର ରହିଛି । ବିଶ୍ୱରେ ମେଟ୍ରୋ ନେଟୱାର୍କରେ ଚଳାଚଳ କରୁଥିବା ଡ୍ରାଇଭରବିହୀନ ଟ୍ରେନରେ ଭାରତର ଅବଦାନ ପ୍ରାୟ ୯ ପ୍ରତିଶତ ରହିବ ।