ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁଖ ଓ ଦୁଃଖର ଦୁଇଟି ଚକ ହେଉଛି ଜୀବନ । ଏଥିରେ ପରିବର୍ତ୍ତନ ଆସିବା ସାଧାରଣ କଥା । କିନ୍ତୁ ବେଳେ ବେଳେ ଲଗାତର ପ୍ରୟାସ ଏବଂ କଠିନ ପରିଶ୍ରମ କରିବା ପରେ ମଧ୍ୟ ଆମେ ଜୀବନରୁ ଧନର ଅଭାବକୁ ଦୂର କରି ପାରିନଥାଉ । ସେଥିପାଇଁ ଧନର ଅଭାବକୁ ଦୂର କରିବା ପାଇଁ ଆମ ତନ୍ତ୍ର ଶାସ୍ତ୍ରରେ କିଛି ସହଜ ଉପାୟ କୁହାଯାଇଛି । ତେବେ ଆସନ୍ତୁ ଜାଣିବା..
– ତନ୍ତ୍ର ଶାସ୍ତ୍ରରେ କୁହାଯାଇଛି କି ଧନର ଅଭାବକୁ ଦୂର କରିବାକୁ ହେଲେ ସର୍ବଦା ପାଣି ପିଇବା ପାଇଁ ଚାନ୍ଦୀ ଗ୍ଲାସର ବ୍ୟବହାର କରିବା ଉଚିତ୍ ।
– ଚାନ୍ଦୀ ଗ୍ଲାସରେ ପାଣି ପିଇବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ନିକଟରେ ଚାନ୍ଦୀ ଗ୍ଲାସ ନାହିଁ ତେବେ ଏକ ଷ୍ଟିଲ ଗ୍ଲାସରେ ପାଣି ଭରିଦେଇ ସେଥିରେ ଏକ ଚାନ୍ଦୀ ମୁଦି ପକାଇ ଦିଅନ୍ତୁ ।
– ଏହାପରେ ସେହି ପାଣିକୁ ପିଅନ୍ତୁ । ଧନର ଅଭାବକୁ ଦୂର କରିବା ପାଇଁ ଏହା ହେଉଛି ଏକ ଭଲ ଉପାୟ । ଏହାଦ୍ୱାରା ନିଶ୍ଚିତ ରୂପେ ଧନ ସମ୍ବନ୍ଧୀୟ ସମସ୍ୟାରୁ ଆଶ୍ୱସ୍ତି ମିଳିଥାଏ ।