ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମେସେଜିଙ୍ଗ ଏବଂ କଲିଂ ପାଇଁ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି ହ୍ୱାଟ୍ସଆପ୍ । କମ୍ପାନୀ ଏବେ ତାର ଗ୍ରାହକଙ୍କ ପାଇଁ ନୂତନ ସୁବିଧା ନେଇ ଆସୁଛି । ଏହାପରେ ହ୍ୱାଟ୍ସଆପର ଗୋଟେ କଲରେ ଅଧିକ ସଂଖ୍ୟକ ଲୋକ ଯୋଡି ହୋଇପାରିବେ । ହ୍ୱାଟ୍ସଆପ ତାର ଆପ୍ ଜରିଆରେ ଭିଡିଓ ଏବଂ ଭଏସ କଲରେ ଯୋଡି ହେବା ପାଇଁ ଲିଙ୍କ ପଠାଇବାର ସୁବିଧା ମଧ୍ୟ ଆରମ୍ଭ କରିବ । ଏହି ସୁବିଧା ଆରମ୍ଭ ହେବା ପରେ ୟୁଜର୍ସ ତାଙ୍କ ହ୍ୱାଟ୍ସଆପରେ ହିଁ ମିଟିଙ୍ଗ, ପରିବାର ଏବଂ ବନ୍ଧୁମାନଙ୍କ ସହ ଆଲୋଚନା କରିପାରିବେ ।
ହ୍ୱାଟ୍ସଆପର ମୂଳ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି କି, କମ୍ପାନୀ ହ୍ୱାଟ୍ସଆପରେ ୩୨ ଲୋକଙ୍କ ଭିଡିଓ କଲର ସୁବିଧା ପାଇଁ ଟେଷ୍ଟିଂ ଆରମ୍ଭ କରିଦେଇଛି । ବର୍ତ୍ତମାନ ଭିଡିଓ କଲରେ ୮ ଜଣ ଯୋଡି ହୋଇପାରିବେ ।
ଫେସବୁକର ଏକ ପୋଷ୍ଟରେ ସେ କହିଛନ୍ତି କି, ଆମେ ଏହି ସପ୍ତାହରେ ହ୍ୱାଟ୍ସଆପରେ କଲ୍ ଲିଙ୍କ ସୁବିଧା ଆରମ୍ଭ କରୁଛୁ । ଯାହାଦ୍ୱାରା ଆପଣ ଗୋଟେ କ୍ଲିକ କରି ଯେକୌଣସି କଲରେ ଯୋଡି ହୋଇପାରିବେ । ଆମେ ୩୨ ଲୋକ ପର୍ଯ୍ୟନ୍ତ ସୁରକ୍ଷିତ‘ଏନକ୍ରିପ୍ଟେଡ’ ଭିଡିଓ କଲିଂ ର ପରୀକ୍ଷଣ କରୁଛୁ ।
ୟୁଜର୍ସ ତାଙ୍କ କଲ ଅପ୍ସନକୁ ଯାଇ କଲ୍ ଲିଙ୍କ କରିପାରିବେ ଏବଂ ଏହାକୁ ତାଙ୍କ ପରିବାର ଓ ବନ୍ଧୁମାନଙ୍କ ସହ ସେୟାର କରିପାରିବେ । କଲ ଲିଙ୍କ ପାଇଁ ହ୍ୱାଟ୍ସଆପ ଗ୍ରାହକଙ୍କୁ ଆପ୍ ଅପଡେଟ କରିବାକୁ ହେବ ।