ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ ଶରୀର ପାଇଁ ହିତକର ହେଉଛି ଖୀର । କିନ୍ତୁ ଆପଣମାନେ ଜାଣିଛନ୍ତି କି ଖୀର ସହିତ ମଧ୍ୟ ଡାଲଚିନ୍ ମିଶାଇ ସେବନ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ । ପ୍ରକୃତରେ ଖୀରରେ ଡାଲଚିନି ମିଶାଇ ପିଇବା ଦ୍ୱାରା ହୃଦ୍ ସମସ୍ୟା ହୋଇନଥାଏ । ଏହାସହିତ ହାର୍ଟଆଟାକର ବିପଦ ମଧ୍ୟ କମ ହୋଇଯାଇଥାଏ ।
ସେହିପରି ଖୀରରେ ଡାଲଚିନି ମିଶାଇ ସେବନ କରିବା ଦ୍ୱାରା ଏକାଗ୍ରତା ଏବଂ ସ୍ମରଣ ଶକ୍ତି ବଢିଥାଏ ।
ଅନିଦ୍ରା ସମସ୍ୟା ହେବା ଦ୍ୱାରା ନିଦ ହୋଇନଥାଏ । ଯାହାଦ୍ୱାରା ଥକାପଣ, ଦୁର୍ବଳତା ଅନୁଭବ ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ରାତିରେ ଖୀରରେ ଡାଲଚିନି ମିଶାଇ ସେବନ କରନ୍ତୁ ।
ଖୀରରେ ଡାଲଚିନି ପାଉଡର ମିଶାଇ ସେବନ କରିବା ଦ୍ୱାରା ଆଂଠୁ ଗଣ୍ଠି ଏବଂ ହାଡ ସମସ୍ୟା ଦୂର ହୋଇଥାଏ ।
ସେହିପରି ମଧୁମେହ ରୋଗୀଙ୍କ ପାଇଁ ଡାଲଚିନି ମିଶ୍ରିତ ଖୀର ସେବନ ଫାଇଦା ହୋଇଥାଏ ।ଏହାଦ୍ୱାରା ବ୍ଲଡ ସୁଗାର ମାତ୍ରା ନିୟନ୍ତ୍ରଣରେ ରହିଥାଏ ।