ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକାକୁ ନେଇ ବଡ ଘୋଷଣା କରଛି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) । ସେରମ ଇଂଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ ର କରୋନା ଟୀକାକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ । ଗତକାଲି ଭାରତର କେନ୍ଦ୍ରୀୟ ଔଷଧୀ ପ୍ରାଧୀକରଣର ଏକ ବିଶେଷଜ୍ଞ ସମିତି , ଭାରତ ବାୟୋଟେକର ସ୍ୱଦେଶୀ ଟୀକା ‘କୋଭାକ୍ସିନ’ ଏବଂ ସେରମ ଇଂଷ୍ଟିଚ୍ୟୁଟର ‘କୋଭିସିଲ୍ଡ’ ଟୀକାର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ସୁପାରିଶ କରିଥିଲେ । ଏହାପରେ ଏବେ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଏହାପରେ ଏକାସଙ୍ଗରେ ଦୁଇଟି ଟୀକାକୁ ମଞ୍ଜୁରୀ ଦେବାରେ ଭାରତ ପ୍ରଥମ ଦେଶ ହୋଇଯାଇଛି ।
ଏବେ ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସିନ ର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିସାରିଛି । ଏହି ଦୁଇ ଟୀକାର ଦୁଇଟି ଲେଖାଏଁ ଡୋଜ ରୋଗୀଙ୍କୁ ଦିଆଯିବ । ଏହାସହିତ ଏହି ଦୁଇ ଟୀକାକୁ ୨-୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖାଯିବ । ଡିସିଜିଆଇ ମୁତାବକ, ସେରମ ଇଂଷ୍ଟିଚ୍ୟୁଟ ଟୀକାର କ୍ଷମତା ୭୦.୪୨ ପ୍ରତିଶତ ରହିଥିଲା ।
ସେପଟେ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି କି ଉତ୍ସାହୀ ଲଢେଇକୁ ମଜବୁତ କରିବା ପାଇଁ ଏହା ନିର୍ଣ୍ଣାୟକ ମୋଡ ।
ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ କହିଛନ୍ତି, ଆମେ କଦାପି ଏଭଳି ଟୀକାକୁ ମଞ୍ଜୁରୀ ଦେବୁ ନାହିଁ ଯେଉଁଥିରେ ସମାନ୍ୟତମ ସମସ୍ୟା ଥିବ । ଏହି ଟୀକା ୧୧୦ ପ୍ରତିଶତ ସୁରକ୍ଷିତ । ସାମାନ୍ୟ ଜ୍ୱର, ଯନ୍ତ୍ରଣା ଏବଂ ଆଲର୍ଜି ହେବା କୌଣସି ଟୀକା ପାଇଁ ସାଇଟ ଇଫେକ୍ଟ ହୋଇପାରେ ।