ଭୂବନେଶ୍ୱର(ଏଟିଆର ବ୍ୟୁରୋ):କରୋନା କଟକଣା ମଧ୍ୟରେ ଧିରେ ଧିରେ ସ୍ତିତିରେ ସୁଧାର ଆସୁଥିବା ବେଳେ ମନ୍ଦିର ଓ ଅନ୍ୟାନ୍ୟ ଅନୁଷ୍ଠାନ ଖୋଲିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ସମ୍ପୁର୍ଣ୍ଣ ସ୍କୁଲ ଖୋଲିବା ନେଇ ରାଜ୍ୟସରକାରଙ୍କ ନିକଟରେ ଦାବି କରିଛି ଓଡିଶା ପବ୍ଲିକ ସ୍କୁଲ ସଂଘ । । ବିଦ୍ୟାଳୟ ଖୋଲିବା ନେଇ ଆବଶ୍ୟକ ଥିବା ସମସ୍ତ କଟକଣା ତଥା କୋଭିଡ ଗାଇଡ ଲାଇନ ମାନି ସ୍କୁଲ ଖୋଲିବାକୁ ପ୍ରସ୍ତୁତ ଅଛନ୍ତି ସ୍କୁଲ କତ୍ତୃପକ୍ଷ ।
ସେକ୍ସନରେ ଅଧିକ ପିଲାଥିଲେ ଦୁଇଟି କ୍ସାସ ରୁମ କରିବା ପାଇଁ କହିଛନ୍ତି ସ୍କୁଲ କତ୍ତୃପକ୍ଷ ।ଫେବୃୟାରୀ ମାସରୁ ସ୍କୁଲ ଖୋଲିବା ସହ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଦାବି କରିଛନ୍ତି । ଅନଲାଇନ ମାଧ୍ୟମରେ ୯୦ ପ୍ରତିଶତ ପାଠପଢା ସରିଯାଇଥିବା ବେଳେ ପିଲାମାନଙ୍କର ୭୦ ମାର୍କର ପରୀକ୍ଷା ହେବ । ଏବଂ ୩୦ ମାର୍କ ଗ୍ରେସ ମାର୍କ ମିଳିବା ସହ କୈାଣସି ପିଲାଙ୍କୁ ଫେଲ କରାଯିବ ନାହିଁ ବୋଲି କୁହାଯାଇଛି ।
ସ୍କୁଲ ଫି ରିହାତି ନେଇ କୋ÷ଣସି ରାଜ୍ୟରେ ହାଇକୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି । ମଧ୍ୟପ୍ରଦେଶ , ଛତିଶଗଡ , ପଞ୍ଜାବ,ହରିଆନା ହାଇକୋର୍ଟ ମନା କରିଛନ୍ତି ।ସ୍କୁଲ ଫି ନ ଦେଲେ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ଅସମ୍ଭବ ହେବ ।ତେଣୁ ଅଭିଭାବକ ମାନେ ୧୦ ପ୍ରତିଶି ସ୍କୁଲ ଫି ଦାଖଲ କରିବା ପାଇଁ ନିବେଦନ ।
ଜାନୁୟାରୀ ୮ ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲୁଥିବା ବେଳେ ୧୪ ତାରିଖରୁ ନବମ ଓ ଏକାଦଣ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ।ସେହିପରି ଫେବୃୟାରୀ ୧ ତାରିଖରୁ କେଜି ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ।