ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟ ପାଇଁ ହିତକର ଡାଳିମ୍ବ । ତାର ଫାଇଦା ବିଷୟରେ ମଧ୍ୟ ଆପଣମାନେ ନିଶ୍ଚେୟେ ଜାଣିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଡାଳିମ୍ବ ଚୋପାର ଫାଇଦା ବିଷୟରେ । ଆଜ୍ଞା ହଁ ଡାଳିମ୍ବ ଚୋପାର ଅନେକ ଫାଇଦା ରହିଛି । ତେବେ ଆସନ୍ତୁ ଜାଣିବା ତାର ଫାଇଦା ବିଷୟରେ ।
– ଯେଉଁ ବ୍ୟକ୍ତିଙ୍କ ହାଡି ଦୁର୍ବଳ ହୋଇଯାଇଥାଏ ଏବଂ ହାଡକୁ ମଜବୁତ କରିବାକୁ ଚାହାନ୍ତି ତେବେ ସେମାନେ ଡାଳିମ୍ବ ଚୋପା ସେବନ କରିବା ଉଚିତ୍ । ଏହାକୁ ସେବନ କରିବା ଦ୍ୱାରା ହାଡ ମଜବୁତ ହୋଇଥାଏ । ହାଡ ମଜବୁତ କରିବା ପାଇଁ ଗୋଟେ ଗ୍ଲାସ ଗରମ ପାଣିରେ ଦୁଇ ଚାମଚ ଡାଳିମ୍ବ ଚୋପା ପାଉଡର ମିଶାଇ ଦିଅନ୍ତୁ । ଏହାପରେ ରାତିରେ ଶୋଇବା ପୂର୍ବରୁ ଏହାକୁ ସେବନ କରନ୍ତୁ । ଏଭଳି କରିବା ଦ୍ୱାରା ହାଡ ମଜବୁତ ହେବ ।
– ପ୍ରଥମେ ଡାଳିମ୍ବ ଚୋପାକୁ ଶୁଖାଇ ତାକୁ ପେଶି ଦିଅନ୍ତୁ । ଏହାପରେ ୫ ଗ୍ରାମ ଡାଳିମ୍ବ ଚୋପା ପାଉଡର ନିଅନ୍ତୁ ଏବଂ ସେଥିରେ ୦.୧୦ ଗ୍ରାମର କର୍ପୂର ମିଶାନ୍ତୁ । ଏହି ଚୂର୍ଣ୍ଣକୁ ଦିନକୁ ୨ ଥରେ ପାଣିରେ ମିଶାଇ ପିଇବା ଦ୍ୱାରା ଭୟଙ୍କର ଖାସ ଦୂର ହୋଇଥାଏ ।
– ସେହିପରି ଅନେକ ଟୁଥପେଷ୍ଟରେ ବି ଡାଳିମ୍ବର ପାଉଡର ବ୍ୟବହାର ହୋଇଥାଏ । ଯଦି ଆପଣ ପାଣିରେ ଡାଳିମ୍ବ ଚୋପା ପାଉଡର ମିଶାଇ ବ୍ୟବହାର କରିବେ ତେବେ ଏହାଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଯିବ ।