ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫଳ ଭିତରେ କେନ୍ଦୁ ହେଉଛି ଏକ ଫଳ । ଯାହା ଦେଖିବାକୁ ଲେମ୍ବୁ ଭଳି ଗୋଲ ହୋଇଥାଏ । ଏହା ପାଚିଲା ପରେ ସମ୍ପୂର୍ଣ୍ଣ ହଳଦିଆ ହୋଇଯାଇଥାଏ । ଏହା ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ସାମାନ୍ୟ ଲେମ୍ବୁ ଭଳି ଦେଖାଯାଉଥିବା ଏହି କେନ୍ଦୁରେ ଅନେକ ଗୁଣ ଲୁଚିକି ରହିଛି । ଯାହା ଅନେକ ରୋଗରୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ ଜାଣିବା କେନ୍ଦୁର ଫାଇଦା ବିଷୟରେ ।
କଞ୍ଚା କେନ୍ଦୁ ସେବନ କରିବା ଦ୍ୱାରା ପାଚନ ଶକ୍ତି ମଜବୁତ ହୋଇଥାଏ । ଅବଶ୍ୟ ପାଚିଲା କେନ୍ଦୁ ମିଠା ଏବଂ ଗରିଷ୍ଠ ହୋଇଥାଏ । ଏହା ରକ୍ତବିକାରକୁ ଦୂର କରିବାରେ ଏବଂ କଫକୁ ନଷ୍ଟ କରିଥାଏ । ଶରୀରର କୌଣସି ଅଂଶରେ ଆଘାତ ଲାଗିବା ଦ୍ୱାରା ଲଗାତର ରକ୍ତ ବୋହୁଥିଲେ ସେହି ସ୍ଥାନରେ କେନ୍ଦୁ ରସ ଲଗାଇବା ଦ୍ୱାରା ଫାଇଦା ହୋଇଥାଏ ।
ବାରମ୍ବାର ହେଉଥିବା ଜ୍ୱର ପାଇଁ ଖୁବ୍ ଲାଭଦାୟୀ ହୋଇଥାଏ କେନ୍ଦୁ । ଏହା ପାଟି ଘା’କୁ ମଧ୍ୟ ଦୁର କରିଥାଏ । ସେଥିପାଇଁ ଏହି ଫଳର ଚୁର୍ଣ୍ଣକୁ ଗରମ ପାଣିରେ ମିଶାଇ କୁଳକୁଜା କରିବା ଉଚିତ୍ । ଡାଇରିଆରେ ମଧ୍ୟ ଏହା ଲାଭ ଦାୟକ ହୋଇଥାଏ । ଏହି ସମସ୍ୟାରେ କେନ୍ଦୁ ସେବନ କରିବା ଲାଭଦାୟକ ହୋଇଥାଏ ।
ସେହିପରି ନିୟମିତ କେନ୍ଦୁ ସେବନ କରିବା ଦ୍ୱାରା କିଡନୀ ସୁସ୍ଥ ରହିଥାଏ ଏବଂ କିଡନୀ ସମ୍ବନ୍ଧୀୟ କୌଣସି ସମସ୍ୟା ଉପୁଜିନଥାଏ ।