ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁସ୍ଥ ଶରୀର ଏବଂ ସୌନ୍ଦର୍ଯକରଣ ପାଇଁ ସୋରିଷ ତେଲ ବେଶ ଉପକାରୀ ହୋଇଥାଏ । ସୋରିଷ ତେଲରେ ଏଭଳି କିଛି ତତ୍ୱ ରହିଛି ଯାହା ଯନ୍ତ୍ରଣାକୁ ନାଶ କରିଥାଏ । ସେ ଆଣ୍ଠୁ-ଗଣ୍ଠି ବିନ୍ଧା ହେଉ ଅବା କାନ ବିନ୍ଧା । ଏହି ସୋରିଷ ତେଲ ଏକ ପ୍ରକାରର ଔଷଧ ଭଳି କାମ କରିଥାଏ ।
ଏହି ତେଲକୁ ଲୋକେ ସାଧାରଣ ତେଲ ଭାବି ଖାଦ୍ୟରେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ତେଲରେ ଔଷଧୀୟ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ଉପକାରିତା ବିଷୟରେ….
– ଯଦି କୌଣସି ବ୍ୟକ୍ତିଙ୍କର ନିମୟିତ ଆଣ୍ଠୁ-ଗଣ୍ଠି ବିନ୍ଧା ହେଉଛି, ତେବେ ସେମାନେ ସେହି ସ୍ଥାନରେ ସୋରିଷ ତେଲ ମାଲିସ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆରାମ ଲାଗିବ ।
– ତ୍ୱଚା ପାଇଁ ଖୁବ୍ ଉପକାରୀ ସୋରିଷ ତେଲ । ଏଥିରେ ଭିଟାମିନ୍ ଇ ଭରପୁର ମାତ୍ରାରେ ରହିଛି । ସେଥିପାଇଁ ସୋରିଷ ତେଲ ସେବନ କରିବା ଦ୍ୱାରା ତ୍ୱଚାକୁ ପୋଷଣ ମିଳିଥାଏ ।
– ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ ଏବଂ ଏଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରାଭାବିତ ହେଉଛି । ତେବେ ସେଥିପାଇଁ ସୋରିଷ ତେଲ ଲାଭକାରୀ ଅଟେ । ଏହି ତେଲ ପେଟରେ ଏପିଟାଇଜର ଭଳି କାମ କରିଥାଏ । ଯାହାଦ୍ୱାରା ଭୋକ ବଢିଥାଏ ।
– ସୋରିଷ ତେଲରେ ଥିବା ଭିଟାମିନ୍ସ ଯେପରିକି ଇୟାମାଇନ, ଫୋଲେଟ ଏବଂ ନିୟାସିନ୍ ଶରୀରର ମୋଟାବଲିଜିମକୁ ବଢାଇଥାଏ । ଯାହାଦ୍ୱାରା ଓଜନ ହ୍ରାସ ହୋଇଥାଏ ।
– ଆସ୍ଥମା ରୋଗୀଙ୍କ ପାଇଁ ସୋରିଷ ତେଲ ଉପଯୋଗୀ ହୋଇଥାଏ । ଏହି ତେଲରୁ ପ୍ରଚୁର ପରିମାଣର ମ୍ୟାଗ୍ନେସିୟମ ମିଳିଥାଏ । ଯାହା ଆସ୍ଥମା ରୋଗୀଙ୍କ ପାଇଁ ଉପଯୋଗୀ ହୋଇଥାଏ । ଥଣ୍ଡାରେ ବି ଏହି ତେଲକୁ ବ୍ୟବହାର କରିପାରିବେ ।
– ଯଦି ଆପଣଙ୍କ ଦାନ୍ତ ମୂଳ ବିନ୍ଧା ହୁଏ ତେବେ ସୋରିଷ ତେଲରେ କିଛି ଲୁଣ ମିଶାଇ ଦାନ୍ତ ମୂଳ ହାଲୁକା ମାଲିସ କରନ୍ତୁ । ଏଭଳି କରିବା ଦ୍ୱାରା ଦାନ୍ତ ବିନ୍ଧା ଦୂର ହେବା ସହ ଦାନ୍ତ ମଜବୁତ୍ ହୋଇଥାଏ ।