କଟକ(ଏଟିଆର ବ୍ୟୁରୋ):ରାଜ୍ୟରେ ଧିରେ ଧିରେ ସ୍ଥିତିରେ ସୁଧାର ଆସିବାରୁ ଖୋଲୁଛି ମନ୍ଦିର ଓ ମଠ ।ଆଜିଠାରୁ କଟକ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ଓ କଟକ ଚଣ୍ଡୀ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ।ପ୍ରଥମ ଦିନରେ ପୂଜକଙ୍କ ପରିବାର, ୯ ତାରିଖରେ ମଞ୍ଚେଶ୍ବର,ପାଇକାପୁର,ଲାଙ୍ଗରାଜ, ଓ ବିଦ୍ୟାରାଧ ଗ୍ରାମବାସୀ ୧୦ ତାରିଖରେ ବ୍ରହ୍ମଣବସ୍ତ୍ର,ସୋନିଆମୁହଁ ଗ୍ରାମବାସୀଙ୍କ ପାଇଁ ଦର୍ଶନର ସୁଯୋଗ ମିଳିଥିବା ବେଳେ ୧୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନର ଅନୁମତି ରହିଛି ।
କୋଭିଡ କଟକଣା ସହ ଦର୍ଶନ ପାଇଁ ଟୋକନ ବ୍ୟବସ୍ଥା ହେବା ସହ ଗୋଟେ ଥରକେ ୨୦ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନର ଅନୁମତି ମିଳିଛି ।ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇଛି ।
ତେବେ କଟକଣା ମଧ୍ୟରେ ଖୋଲିବାକୁ ଥିବା ମନ୍ଦିରକୁ ଶିଶୁ ଓ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଅସୁସ୍ଥ ବ୍ୟକ୍ତିଙ୍କ ପ୍ରବେଶ ପାଇଁ ବାରଣ କରାଯାଇଛି ।
କୋଭିଡ କଟକଣା ମଧ୍ୟରେ ଆଜି ସାଧାରଣ ଭକ୍ତଙ୍କ ପାଇଁ ମନ୍ଦର ଖୋଲିଥିବା ବେଳେ ଶ୍ରଦ୍ଧାଳୁମାନେ ମାଁ ଙ୍କ ଦର୍ଶନ କରିଛନ୍ତି । ମନ୍ଦିକୁ ଫୁଲରେ ସଜାଯାଇଛି ।