ନୂଆଦିଳ୍ଲୀ(ଏଟିଆର ବ୍ୟୁରୋ):ବ୍ରିଟେନରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆମେରିକାର ଫାର୍ମା କମ୍ପାନୀ ଫାଇଜର ଓ ଜର୍ମାନୀ ବାୟୋଏନଟେକ ପ୍ରସ୍ତୁତ କରିଥିବା ନୂଆ ଟିକା ଭୂତାଣୁକୁ କରୋନାରୁ ରକ୍ଷା କରିପାରିବ । ବୈଜ୍ଞାନିକ କହିଛନ୍ତି କୋଭିଡ ୧୯ ଭ୍ୟାକ୍ସିନ ନୂଆ ଷ୍ଟେନ ଉପରେ କାମ କରିବ ।
ଆଜି ସାରା ଦେଶରେ କରୋନା ଟିକାର ଡ୍ରାଏ ରନ ହୋଇଛି । ଦେଶରେ ୭୩୭ ଜିଲ୍ଲା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ ଆରମ୍ଭ ହୋଇଛି । ସବୁ ରାଜ୍ୟର ଜିଲ୍ଲା ଓ ମ୍ୟୁନିସିବାଲଟି ଅଞ୍ଚଳରେ ସକାଳ ୧୦ ଟାରୁ ଦିନ ୧୨ ପର୍ଯ୍ୟନ୍ତ କରାଯାଇଛି ।
ଡ୍ରାଏ ରନ ବେଳେ ପ୍ରତ୍ୟେକ ଟିକାକରଣରେ ୨୦ ଜଣ ସ୍ୱାସ୍ଥ୍ୟକର୍ମା ନିୟୋଜିତ ହୋଇଛନ୍ତି । କରୋନା ଟିକା ବେଳେ କେଉଁ କେଉଁ ଦିଗ ପ୍ରତି ଦୃର୍ଟି ଦିଆଯିବ ସେଥିପ୍ରତି ଧ୍ୟାନ ଦିଆଯିବ ।କରୋନା ନୂଆ ଷ୍ଟେନରେ ୧୭ ପ୍ରକାର ପରିବପର୍ତ୍ତନ ହୋଇଛି । ପ୍ରଥମ ନୂଆ ଷ୍ଟେନରେ ଘଣ୍ଟା ପ୍ରତି ୫୦୧ ଜଣ ସେଲ ଉପରେ ପ୍ରଭାବ ପକାଉଛି । ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ ।