ୱାସିଂଟନ(ଏଟିଆର ବ୍ୟୁରୋ):ଆମେରିକାର ସଂସଦ ପରିସରରେ ଟ୍ରମ୍ପଙ୍କ ସମର୍ଥକ ମାନେ ହିଂସା କାଣ୍ଡ ଘଟାଇବା ପରେ ଟ୍ୱିଟର ସବୁଦିନ ପାଇଁ ବନ୍ଦ କରିଦେଇଛି ଟ୍ରମ୍ପଙ୍କ ଆକାଉଣ୍ଟ ।ଆଗକୁ ଟ୍ରମ୍ପଙ୍କ ନେଇ ହିଂସା ବଢିବାର ଆଶଙ୍କା କରି କମ୍ପାନୀ ଏଭଳି ପଦକ୍ଷେପ ନେଇଛି । ଟ୍ୱିଟର ପୂର୍ବରୁ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ଅସ୍ଥାୟୀ ଭାବେ ବ୍ୟାନ କରିଛନ୍ତି ।
ଟ୍ରମ୍ପଙ୍କ ଆକାଉଣ୍ଡକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବା ସହ ଗୋଟେ ଭିଡିଓ ଓ ତିନୋଟି ଟ୍ୱିଟକୁ ହଟାଇ ଦେଇଥିଲା କମ୍ପାନୀ । ପୁର୍ବରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ କିଛି ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା କିନ୍ତୁ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିପାରେ ବୋଲି ଚେତାବନୀ ଦେଇଛନ୍ତି ।ଟ୍ରମ୍ପ ବାରମ୍ଭାର ତାଙ୍କ ନିୟମ ଉଲଂଘନ କରୁଛନ୍ତି ବୋଲି ଟ୍ୱିଟର କହିଛି ।
ଜୁକରମାର୍କ କହିଛନ୍ତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପର୍ଯ୍ୟନ୍ତ ଦେଶର ପ୍ରଥମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟବହାର କରିପାରିବେ ନାହିଁ ।ତେବେ ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି କୁହାଯାଇଛି ।
ଟ୍ରମ୍ପଙ୍କ ନିର୍ବାଚନ ହାରିବା ଘଟଣାକୁ ତାଙ୍କ ସମର୍ଥକମାନେ ଗ୍ରହଣ କରିପାରୁ ନଥିବା ବେଳେ ସଂସଦ ପରିସର ଆଗରେ ଆନ୍ଦୋଳନ କରିଥିଲେ । ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ଭବନ ମଧ୍ୟକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ସହିତ ତାଙ୍କର ଧସ୍ତାଧସ୍ତି ହୋଇଥିଲା ।ଏହା ପରେ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଗୁଳି ଚାଳକ କରିଥିବା ବେଳେ ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।