ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗାମୀ ନିର୍ବଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆପିଏସ୍ ଏବଂ ଓପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ଏଥିରେ ୨୧ ଜଣ ଆଇପିଏସ୍ ଅଫିସର ଏବଂ ୮ ଜଣ ଓପିଏସ୍ ଅଫିସର ଅଛନ୍ତି ।
ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ଦାୟିତ୍ୱ ସୁନୀଲ ରାୟଙ୍କୁ ଦିଆଯାଇଥିବା ବେଳେ ବିନୟାନନ୍ଦ ଝା ହୋଇଛନ୍ତି ଏଏଚ୍ଆରସି ନିର୍ଦ୍ଦେଶକ । ଏଚଆରପିସି ଏଡିଜି ଦାୟିତ୍ୱ ବହନ କରିବେ ସିଦ୍ଧାର୍ଥ ନରଭଣେ । ସେହିପରି ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଭାବେ ସଞ୍ଜିବ ପଣ୍ଡା, ଜେଲ ବିଭାଗ ଏଡିଜି ଭାବେ ମହେନ୍ଦ୍ର ପ୍ରତାପ, ଆଇଜି ଭାବେ ଅମିତ୍ ଠାକୁର,ବିଜୁ ପଟ୍ଟନାୟକ ଏକାଡେମୀର ଆଇଜି ଭାବେ ଏସ୍. ସାଇନି, କୋରାପୁଟ ରେଞ୍ଜ ଡିଆଜି ଭାବେ ହିମାଂଶୁ ଲାଲ, ବ୍ରହ୍ମପୁର ରେଞ୍ଜ ଦାୟିତ୍ୱରେ ଯତିନ୍ଦ୍ର କୋୟଲ ଏବଂ ଆଶିଷ ସିଂଙ୍କୁ ଈଣ୍ଟେଲିଜେନ୍ସି ଭାର ତୁଲାଇବାକୁ ଦିଆଯାଇଛି ।
ସେପଟେ ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କୁ ରାଉଲକେଲାକୁ ବଦଳି କରାଯାଇଥିବା ବେଳେ ଏବେ ଉମାଶଙ୍କର ଦାସ୍ ଙ୍କୁ ପୁରୀ ଏସପି ଦାୟିତ୍ୱ ଦିଆଯାଇଛି । ଅନୁପମା ଜେନ୍ସଙ୍କୁ ଢେଙ୍କାନାଳ ଏସପି, ସାରା ଶର୍ମାଙ୍କୁ ଗଜପତି ଏସପି, ରାହୁଲ ପି.ଆରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଏବଂ ବିବେକାନନ୍ଦ ଶର୍ମାଙ୍କୁ ପୋଲିସ୍ ମୁଖ୍ୟ କାର୍ଯ୍ୟାଳର ଦାୟିତ୍ୱ ଦିଆଯାଇଛି ।
ସେହିଭଳି ଦେବଗଡ ଏସପି ଭାବେ ରାହୁଲ ଜୈନ୍, ଡିସିପି ହେଡକ୍ୱାଟର୍ସ ଭାବେ ପଦ୍ମିନୀ ସାହୁ, ରାୟଗଡା ଏସପି ଭାବେ ଶର୍ଭଣା ବିବେକ,ନବରଙ୍ଗପୁରର ଏସପି ହୋଇଛନ୍ତି ନୀତିନ ଡୁଗୁଡୁ । ଏହି ଅଦଳବଦଳର ତାଲିକାରେ ଖୋର୍ଦ୍ଧ ଏସପି ଦାୟିତ୍ୱ ବହନ କରିବେ ଅମୂଲ୍ୟ କୁମାର,କ୍ରାଇମବ୍ରଞ୍ଚ ଭାର ତୁଲାଇବେ ଦୀପ୍ତିରଞ୍ଜନ ରାୟ । ଏହାସହିତ ଏଆଇଜି ପର୍ସୋନାଲ ଦାୟିତ୍ୱ ମାଧବ ଚନ୍ଦ୍ର ସାହୁଙ୍କୁ ଦିଆଯାଇଥିବା ବେଳେ ଏଡିସି ଦାୟିତ୍ୱରେ ପ୍ରତ୍ୟୁଷ ଦିବାକରଙ୍କୁ ନିଯୁକ୍ତି କରାଯାଇଛି ।