ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ମୋବାଇଲ ଫୋନ୍ ନିର୍ମାତା କମ୍ପାନୀ ଲାଭା ଏକାସଙ୍ଗରେ ୪ଟି ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି । ଏଥିରେ ଲାଭା ଜେଡ୧, ଜେଡ୨,ଜେଡ୪ ଏବଂ ଜେଡ୬ ସାମିଲ ଅଛି । ଆତ୍ମନିର୍ଭର ଅଭିଯାନ ଅନୁଯାୟୀ କମ୍ପାନୀ ଏହି ଫୋନ୍ ର ପ୍ରୋମୋଶନ କରୁଛି ।
ଲାଭା ଜେଡ୧ ହେଉଛି ଏକ ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନ୍ । ଯେଉଁଥିରେ ୨ଜିବି ର୍ୟାମ ଏବଂ ୧୬ ଜିବି ର ଇଂଟରନାଲ ଷ୍ଟୋରେଜ୍ ରହିଛି । ଏହାସହିତ ଏହି ଫୋନରେ ୫ ଇଞ୍ଚ ବିଶିଷ୍ଟ ଏକ ଡିସପ୍ଲେ ଦିଆଯାଇଛି, ଯେଉଁଥିରେ ଗରିଲା ଗ୍ଲାସ ୩ ର ପ୍ରୋଟେକ୍ସନ ମଧ୍ୟ ରହିଛି । ଏହି ଫୋନ୍ ର ଦାମ୍ ୫୪୯୯ ଟଙ୍କା ରହିଛି ।
ଲାଭା ଜେଡ୨ ରେ ୬.୫ ଇଞ୍ଚର ଏକ ଡିସପ୍ଲେ ଦିଆଯାଇଛି, ଯେଉଁଥିରେ ଗରିଲା ଗ୍ଲାସ ୩ ର ପ୍ରୋଟେକ୍ସନ ମଧ୍ୟ ରହିଛି । ମିଡିଆଟେକ ହିଲିୟୋ ଜି୩୫ ପ୍ରୋସେସର ସହିତ ଲଞ୍ଚ କରାଯାଇଥିବା ଏହି ଫୋନ୍ ରେ ଡୁଆଲ ରିୟର କ୍ୟାମେରା (୧୩ଏମପି + ୨ଏମପି) ସେଟଅପ ଏବଂ ସେଲ୍ଫି ପାଇଁ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା । ଏଥିରେ ଜିବି ର୍ୟାମ ସହିତ ୩୨ ଜିବି ର ଇଂଟରନାଲ ଷ୍ଟୋରେଜ୍ ଦିଆଯାଇଛି । ଏହାର ଦାମ୍ ରହିଛି ୬,୯୯୯ ଟଙ୍କା ।
ଲାଭା ଜେଡ୪ ରେ ୬.୫ ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ସହିତ ଏଥିରେ ଗରିଲା ଗ୍ଲାସ ୩ ର ପ୍ରୋଟେକ୍ସନ ଦିଆଯାଇଛି । ଏହାସହିତ ଏଥିରେ ମିଡିଆଟେକ ହିଲିୟୋ ଜି୩୫ ପ୍ରୋସେସର, ୪ଜିବି ର୍ୟାମ, ୬୪ ଜିବି ଇଂଟରନାଲ ଷ୍ଟୋରେଜ, ୫୦୦୦ଏମଏଏଚ ର ବ୍ୟାଟେରୀ, ଟ୍ରୀପଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଯାହାର ଦାମ୍ ରହିଛି ୮୯୯୯ ଟଙ୍କା ।
ଲାଭା ଜେଡ୬ ରେ ୬.୫ ଇଞ୍ଚ ଡିସପ୍ଲେ ଦିଆଯାଇଛି ଯେଉଁଥିରେ କର୍ଣ୍ଣିଙ୍ଗ ଗରିଲା ଗ୍ଲାସ ୩ ର ପ୍ରୋଟେକ୍ସନ ମଧ୍ୟ ରହିଛି । ଏହାସହିତ ଏଥିରେ ମିଡିଆଟେକ ହିଲିୟୋ ଜି୩୫ ପ୍ରୋସେସର,୬ ଜିବି ର୍ୟାମ, ୬୪ ଜିବି ଇଂଟରନାଲ ଷ୍ଟୋରେଜ୍, ୫୦୦୦ଏମଏଏଚ ର ବ୍ୟାଟେରୀ, ଟ୍ରିପଲ ରିୟର କ୍ୟାମେରା । ଯାହାର ଦାମ୍ ରହିଛି ୯,୯୯୯ ଟଙ୍କା ।