ଦୁବାଇ(ଏଟିଆର ବ୍ୟୁରୋ):ଆରମ୍ଭ ହେବାକୁ ଯାଉଛି ଆଇପିଏଲର ତୟୋଦଶ ସଂସ୍କରଣ । ଏଥିପାଇଁ ମ୍ୟାଚର ଦୁଇଟି ଟିମ ଦୁବାଇରେ ପହଞ୍ଚି ମଧ୍ୟ ସାରିଛନ୍ତି । ତେବେ ମ୍ୟାଚ ପାଇଁ କିଙ୍ଗ୍ ୧୧ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଆଜି ଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି । କୋଭିଡ -୧୯ ନିୟମକୁ ପାଳନ କରି ଛଅ ଦିନ ପାଇଁ ଦୁଇ ଟିମ ସଂଗରୋଧରେ ରହିଥିଲେ । କ୍ୱୋରେଣ୍ଟିନରେ ରହିଥିବା ବେଳେ ସମସ୍ତଙ୍କର ତିନି ଥର କରୋନା ପରୀକ୍ଷା ଶେଷ ହୋଇଥିଲା ଓ ରିପୋର୍ଟ ମଧ୍ୟ ନେଗେଟିଭ୍ ରହିଛି। ଫଳରେ ଏହି ଦୁଇ ଦଳ ବୁଧବାର ରାତିରୁ ସେମାନଙ୍କ ପ୍ରଥମ ନେଟ୍ ସେସନ୍ ଆରମ୍ଭ କରିଛନ୍ତି। ଦୁବାଇରେ ଏବେ ପ୍ରବଳ ଗରମ ଅନୁଭୁତ ହେଉଥିବାରୁ ଏହାକୁ ଏଡ଼ାଇବା ପାଇଁ ଦଳ ସଂଧ୍ୟାରୁ ହିଁ ଅଭ୍ୟାସ କରିବାକୁ ସ୍ଥିର କରିଛନ୍ତି। ଉଭୟ ପଞ୍ଜାବ ଓ ରାଜସ୍ଥାନ ଦଳ ଦୁବାଇରେ ଅବସ୍ଥାନ କରୁଥିଲା ବେଳେ ଆବୁଧାବିରେ ରହୁଥିବା କୋଲ୍କାତା ନାଇଟ୍ ରାଇଡର୍ସ ମଧ୍ୟ ଏମାନଙ୍କ ସହ ପ୍ରଥମ ଦଫାରେ ଗୁରୁବାର ପହଞ୍ଚିଥିଲା। ଏହି ତିନି ଦଳ ପହଞ୍ଚିବା ପରେ ବିସିସିଆଇ ଏସ୍ଓପି ମୁତାବକ ୬ ଦିନିଆ ସଂଗରୋଧ ସମୟ ମଧ୍ୟରେ କୌଣସି ସ୍ଥାନକୁ ଯିବା ପାଇଁ ଦିଆଯାଇ ନଥିଲା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024